oom

ଡୁମାଲ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଡୁମାଲ ପରିଷଦ ଓଡିଶା ପକ୍ଷରୁ ଏକ ସମ୍ବର୍ଦ୍ଧନା ତଥା ସାଧାରଣ ସଭା ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସଞ୍ଜୟ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବଲାଙ୍ଗିର ପୌରାଞ୍ଚଳର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି, ଜିଲ୍ଲା ଡୁମାଲ ସଭାପତି ଲମ୍ବୋଦର ମହାକୁର, ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଷଦର ସଂପାଦକ ମଲିଆ ଗଡୁଆ ପରିଷଦର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ସଭା ସଂଯୋଜନା କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ଗତ ଦଶମ ଶ୍ରେୀ ପରିକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖି ଥିବା କୁମାରୀ ମୋନାଲିସା କର୍ମୀ, ପି. ଭିକାରୀ ଚରଣ କର୍ମୀ, କୁମାରୀ ନମିତା ମହାକୁର, ପି. ଶରତ ଚନ୍ଦ୍ର ମହକାୁର, କୁମାରୀ ଅଷ୍ପିତା ପ୍ରିୟଦର୍ଶନୀ ଖେତି ଏବଂ ଯୁକ୍ତ ଦୁଇ ପରିକ୍ଷାରେ ସଫଳତା ଅର୍ଜନ କରିଥିବା ରିକନ ମହାକୁର ପି. ଗୋପାଲ ଚନ୍ଦ୍ର ମହାକୁର, ବର୍ଷା ମହାକୁର ପି. ବୃନ୍ଦାବନ ମହାକୁରଙ୍କ ସହିତ ପୋଲିସ ସେବାରେ ରାଷ୍ଟ୍ରପତି ପୁରସ୍କାର ପାଇଥିବା ଦିଲିପ କୁମାର ଦନ୍ତା ଏବଂ ମାହେଶ୍ୱରୀ ସେନାର ସେବା ସହଯୋଗ ଏବଂ ସମର୍ପଣ ପାଇଁ ସିଲ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଏତଦ୍‌ବ୍ୟତିତ ଅଭିଷେକ କଣ୍ଟା ପି. ଅକ୍ଷୟ କୁମାର କଣ୍ଟା ଓଡିଶା ସରକାରଙ୍କ ଓ.ପି.ଏସ୍‌.ସି ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ଥିବାରୁ ତାଙ୍କୁ ମଧ୍ୟ ସିଲ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଉପସଭାପତି ବୃନ୍ଦାବନ ମହାକୁର ଏବଂ ଜୀବନ କରନ, ଯୁଗ୍ମ ସଂପାଦକ ଭରତ ମହାକୁର, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାକୁର, ଜିଲ୍ଲା ସଭାପତି ଲମ୍ବୋଦର ମହାକୁର, ସଂପାଦକ ଇନ୍ଦ୍ରମଣି ବାରିକ ଏହି ବୈଠକର ସଭାପତି ସଞ୍ଜୟ ମହାକୁର, ସଂପାଦକ ମଲିଆ ଗଡୁଆ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୁଡୁ କରନ, ଦିନବନ୍ଧୁ ଡାଙ୍ଗ, ପିତାମ୍ବର ଖମାରୀ, ପଲଉ ଚାଉଲିଆ, ଭୋଳାନାଥ ଗୁରାଣ୍ଡି, ଉପଦେଷ୍ଟା ରାଧେଶ୍ୟାମ ଗଡୁଆ ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ କାର୍ଯ୍ୟକାରିଣୀ ସଭ୍ୟ ଭିକାରୀ ଚରଣ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.