jayashree

ନାଗ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ : ବଲାଙ୍ଗିର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଗ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ମହିଳା ଜଣକ ସୁବର୍ଣ୍ଣପୁର ଜିଲ୍ଲା ତରଭାଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ଯୋଶବନ୍ତୀ ଧରୁଆ(୫୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଯୋଶବନ୍ତୀ ଘରେ ଥିବା ସମୟରେ ଘରର ଛାୟା ଉପରେ ଥିବା ନାଗ ସାପଟି କାମୁଡି ଦେଇଥିଲା । ଫଳରେ ସଙ୍ଗେ ସଙ୍ଗେ ପରିବାର ଲୋକେ ଯୋଶବନ୍ତୀଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିବା ବେଳେ ଡାକ୍ତର ଯୋଶବନ୍ତୀଙ୍କୁ ମୃତ ଘୋଷଣା କରିଥିଲେ । ପରେ ବଲାଙ୍ଗିର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.