jayashree

ବିଲକୁ କାମ କରିବାକୁ ଯାଇଥିବା ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୁପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତଦେହ ତାଙ୍କ ଚାଷ ଜମିରୁ ମିଳିଛି । ସୂଚନା ଅନୁଯାୟୀ, ଗୁଣ୍ଡୁରୁପାଲି ଗ୍ରାମର ଲକ୍ଷ୍ମଣ ନିଆଲ(୪୨) ଶନିବାର ମଧ୍ୟାହ୍ନ ଭୋଜନ ସାରି ନିଜ ବିଲକୁ କାମ କରିବା ପାଇଁ ଯାଇଥିଲେ । ସ୍ୱାମୀ ଯିବାର କିଛି ସମୟ ପରେ ତାଙ୍କ ସ୍ତ୍ରୀ କବିତା ନିଆଲ ବିଲକୁ ଯାଇଥିଲେ, ସେଠାରେ ପହଞ୍ଚି ସେ ତାଙ୍କ ସ୍ୱାମୀଙ୍କୁ ଜମିରେ ପଡ଼ିଥିବା ଦେଖି ପୁତୁରା ରାକେଶ ନିଆଲଙ୍କୁ ଖବର ଦେଇଥିଲେ । ପୁତୁରାଙ୍କ ସହିତ ମିଶି ଉଭୟେ ଲକ୍ଷ୍ମଣଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖପ୍ରାଖୋଲ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଖପ୍ରାଖୋଲ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ ରବିବାର ଶବ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତର କହିଛନ୍ତି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ସେୱାନ କେରକେଟା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.