csstore

ଭୁବନେଶ୍ୱରରେ ଟେଲିକମ୍ ବିଭାଗର ଅଧିକାରୀଙ୍କୁ ଭେଟିଲେ ସାଂସଦ ସଙ୍ଗୀତା ସିଂହଦେଓ

ବଲାଙ୍ଗିର, (କେପିଏନଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଆଜି ନିଜ ନିର୍ବାଚନମଣ୍ଡଳୀରେ ୪ଜି ସଂଯୋଗର ନବୀକରଣ ସମ୍ପର୍କରେ ଭାରତ ସରକାରଙ୍କ ଭୁବନେଶ୍ୱର ସ୍ଥିତ ଟେଲିକମ୍ ବିଭାଗରରେ ବିଏସ୍‌ଏନ୍‌ଏଲ୍‌ ଇଣ୍ଡିଆର ସିଜିଏମ୍‌ଏଲ୍‌ ଶ୍ରୀ ଆର୍‌ ଏନ୍‌ ପଲାଇ ଏବଂ ଟେଲିକମ୍ ବିଭାଗର ଅଧିକାରୀଙ୍କୁ ଭେଟିଛନ୍ତି । ଏହା ସହ ଅଧିକାରୀମାନଙ୍କୁ ବଡମାଲ ସ୍ଥିତ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରୁ ବଲାଙ୍ଗିର ପର୍ଯ୍ୟନ୍ତ ଶୂନ ସଂଯୋଗୀକରଣ ସ୍ପଟଗୁଡିକର ଏକ ତାଲିକା ଦେଇଛନ୍ତି ସାାଂସଦ ଶ୍ରୀମତୀ ସିଂହଦେଓ । ଏହି ସମୟରେ ସାଂସଦ ଶ୍ରୀମତୀ ସିଂହଦେଓଙ୍କ ସହ ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.