ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ତୁଳସୀନଗରପଡା ଦୁର୍ଗାପୂଜା କମିଟି ବୈଠକ ସଭାପତି କିଶୋର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୪ତମ ଦୁର୍ଗାପୂଜାକୁ ମହାସମାରୋହରେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ନିର୍ମାଣାଧିକ ଦୁର୍ଗାମଣ୍ଡପରେ ଏପର୍ଯ୍ୟନ୍ତ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିବା ସୂଚନା ଦିଆଯାଇଥିଲା । ଦୁର୍ଗା ମଣ୍ଡପର ଅଧୁରା କାର୍ଯ୍ୟ କିପରି ଶୀଘ୍ର ସମାପ୍ତ ହେବ ସେନେଇ ଆଲୋଚନା ହୋଇଥିଲା । ଏ ଦିଗରେ ସମସ୍ତ ସଦସ୍ୟ ଆନ୍ତରିକ ସହଯୋଗ କରିବା ସହ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ କରାଯାଇଥିଲା । ଚଳିତ ଦୁର୍ଗାପୂଜା ତିନିଦିନାତ୍ମକ ପୂଜା କରିବାକୁ ନିଷ୍ପତ୍ତି ହୋଇଥିଲା । କୋଭିଡ ସଂକ୍ରମଣ ଭୟ ଲାଗି ରହିଥିବାରୁ ପୂଜା ସମୟରେ ସଚେତନ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏ ଦିଗରେ କମିଟି ପକ୍ଷରୁ ଉଚିତ୍ ବ୍ୟବସ୍ଥା କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ଦୁର୍ଗାପୂଜା କମିଟିକୁ ପୂର୍ନଗଠନ କରାଯାଇଥିଲା । ସଭାପତି ଭାବେ କିଶୋର କୁମାର ରଥ ଏବଂ ସମ୍ପାଦକ ଭାବେ ସୁନୀଲ କୁମାର ମହାନ୍ତିଙ୍କୁ ପୁନଃ ଦାୟିତ୍ୱ ଅର୍ପଣ କରାଯାଇଥିଲା । କମିଟିରେ ନୀଳାଦ୍ରୀ ବିହାରୀ ସିଂ ଓ ଚକ୍ରପାଣି ରଣା ଉପସଭାପତି, ଆଲୋକ ପାଣିଗ୍ରାହୀ ଓ ଗୋବିନ୍ଦ ବହିଦାର ସହସମ୍ପାଦକ, ନାରାୟଣ ମିଶ୍ର କୋଷାଧ୍ୟକ୍ଷ ଏବଂ ଅଜୟ ମହାପାତ୍ର ସହକୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଏହା ସହ ୧୫ ଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏଥିରେ ବରିଷ୍ଠ ସଦସ୍ୟମାନଙ୍କୁ ରଖାଯାଇଛି । ଅଡିଟର ଭାବେ ଡ. ମହେଶ ପଟ୍ଟନାୟକ ଏବଂ ଇନ୍ଦ୍ରମଣି ରଥଙ୍କୁ ଦାୟିତ୍ୱ ଦିଆଯାଇଛି । ବୈଠକରେ ପୂର୍ବତନ ଏସ୍ପି ବିବେକ ରଥ, ଡ. ବିପିନ ବିହାରୀ ମିଶ୍ର, ସୁରେନ୍ଦ୍ର ନେଗୀ, ଭଗବାନ ବଗର୍ତ୍ତୀ, ରଞ୍ଜିତ ମହାନ୍ତି, ସତ୍ୟ ସିଂ, ଆନନ୍ଦ ଖୁଆସ, ବିଭୂତି ଶଙ୍କର ବିନ୍ଧଣୀ, ସଞ୍ଜୟ ମିଶ୍ର, ବନମାଳୀ ବାଗ, କାଉନସିଲର ଗଙ୍ଗାଧର ଚାନ୍ଦ, ସୁଶାନ୍ତ ସିଂ, ସୁଶାନ୍ତ ସୁତାର, କବିରାଜ ଭୋଇ, ବାଲାଜୀ ପଣ୍ଡା, ସତ୍ୟନାରାୟଣ ରଥ, ପ୍ରହଲ୍ଲାଦ ଭୋଇ, ନୀଳ ସେଠ୍, ନିଶିକାନ୍ତ କୁମ୍ଭାର, ସଞ୍ଜୀବ ବେହେରା, କାହ୍ନୁ ସାହୁ, ବାଞ୍ଛା ସେଠ, ପ୍ରଫୁଲ୍ଲ ମେହେର, ସୁରେନ୍ଦ୍ର ଅଶ୍ୱପାଳ, ସୁଦାମ ସାହୁ ହରେକୃଷ୍ଣ ଆଡ ଯୁଇଡ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ସଦସ୍ୟ ରାଧେଶ୍ୟାମ ମିଶ୍ର ଧନ୍ୟବାଦ ଦେଇଥିଲେ ।