oom

ପାଟଣାଗଡରେ କୃଷକ ପଞ୍ଜିକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କୃଷି ବିଭାଗ କାର୍ଯ୍ୟାଳୟଠାରେ ଗତକାଲି ମୋ ସେବାକେନ୍ଦ୍ର ବଲାଙ୍ଗିରର ସହାୟତାରେ କୃଷକ ପଞ୍ଜିକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ବଲାଙ୍ଗିର ଜିଲ୍ଲା ମୋ ସେବାକେନ୍ଦ୍ରର ସଂଯୋଜକ କ୍ରିଷ୍ଣା କୁଅଁର, ପାଟଣାଗଡ଼ ମୋ ସେବାକେନ୍ଦ୍ରର ସହାୟିକା ନୀଳକାନ୍ତି ଭୋଇ, ଶ୍ରୀମତ ପଟେଲ, କୃଷି ଅଧିକାରୀ ହରେକୃଷ୍ଣ ପଣ୍ଡା, ଗ୍ରାମ୍ୟ କୃଷି ଅଧିକାରୀ କଳ୍ପନା ସାହୁ, କନକ ଲତା ପୁଟା ପ୍ରମୁଖ ଉପସ୍ଥିତ ଥିଲେ । କୃଷକ ତଥା ଚାଷୀମାନେ ପଞ୍ଜିକରଣ କଲେ କୃଷକମାନଙ୍କ କଣ ଉପକାରତା ହେବ କୃଷକମାନେ କ’ଣ ଲାଭ ପାଇଁ ପାରିବେ ସେନେଇ କୃଷି ଅଧିକାରୀ ଶ୍ରୀ ପଣ୍ଡା ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିବା ବେଳେ ସରକାର ଚାଷୀମାନଙ୍କୁ ଦେଉଥିବା ସରକାରୀ ସୁବିଧା ଫାଇଦା ଉଠାଇବାକୁ ପରାମର୍ଶ ଦିଆଯାଇଥିଲା । ଏଥିରେ ଶତାଧିକ ଚାଷୀ ଓ କୃଷି ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.