ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସୁପ୍ରିୟା ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଅଛି । ଏଥିରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଥିବା ଜିଲ୍ଲା କ୍ରୀଡା ସଂସଦର ଅନୁବନ୍ଧିତ କ୍ଲବ, ଶିକ୍ଷାନୁଷ୍ଠାନ ଆସନ୍ତା ୨୦ ତାରିଖରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦରେ ନିଜର ଅନୁଷ୍ଠାନର ପ୍ରବେଶ ଫି ଦେଇ ପଞ୍ଜିକୃତ କରାଇ ନେବାକୁ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଓ ଫୁଟବଲ ସମ୍ପାଦକ ସେକ ଶବବ୍ଦର ଜଣାଇଛନ୍ତି । କେବଳ ବରଗଡ ଜିଲ୍ଲାର ଆଧାର କାର୍ଡ ଥିବା ଖେଳାଳିମାନଙ୍କ ପଞ୍ଜିକରଣ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଯାଇଛି ।
Prev Post