csstore

ପୂର୍ବତନ ରାଜ୍ୟସଭା ସାଂସଦ ସ୍ୱର୍ଗତ କମ୍ରେଡ ଲକ୍ଷ୍ମଣ ମହାପାତ୍ରଙ୍କ ୩୯ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସିପିଆଇ ନେତା ସ୍ୱର୍ଗତ କମ୍ରେଡ଼ ଲକ୍ଷ୍ମଣ ମହାପାତ୍ରଙ୍କ ୩୯ତମ ଶ୍ରାଦ୍ଧ ବାର୍ଷିକୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର ଶାଖା ପକ୍ଷରୁ ପାଳିତ ହୋଇଯାଇଛି । ଶନିବାର ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନଠାରେ ସିପିଆଇ ନେତା ପ୍ରଫୁଲ୍ଲ କୁମାର ପାଣିଗ୍ରାହୀଙ୍କ ପୌରାହିତ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସହ ସମ୍ପାଦକ ନୀଳକଣ୍ଠ ଦାସ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ବରିଷ୍ଠ ଆଇନଜିବୀ ଗୋକୁଳ ଚନ୍ଦ୍ର ପଣ୍ଡା, ଯୁବ ଆଇନଜୀବୀ ଡି. ଆଦି ନାରାୟଣ ରେଡ୍ଡୀ ଓ କୈଳାଶ ପଲାଇ, ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସି.ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ୍ ସମ୍ପାଦକ ଏସ୍‌. କ୍ରିଷ୍ଣା ରେଡ୍ଡୀ, ଗଞ୍ଜାମ ଜୋନାଲ ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ରଥ, ଶ୍ରମିକ ନେତା ଅଜୟ ମହାପାତ୍ର, ପୂର୍ବତନ ସରପଂଚ ସିମାଂଚଳ ସାହୁ, ବରିଷ୍ଠ କମ୍ୟୁନିଷ୍ଠ ନେତା ରାଜୀବ ଲୋଚନ ପଣ୍ଡା, ଦୁର୍ଯ୍ୟୋଧନ ପରିଡା, ରାଜେନ୍ଦ୍ର ନାହାକ, କେ.ଦେବରାଜ ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ମହାପାତ୍ରଙ୍କ ଫଟୋ ଚିତ୍ରରେ ଦଳୀୟ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.