ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସରକାରୀ ସହାୟତା ପାଇଁ ଦାବୀ

ପାଟଣାଗଡ, (ସଦାଶିବ ସରାଫ୍‌) : ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା । କୋଉଠି ବର୍ଷା ପାଣିରେ ଲୋକେ ଉବୁଟୁବୁ, ତ ଆଉ କୋଉଠି ଘର ଭାଙ୍ଗିଯିବାରୁ ବେସାହାରା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକ ଧନ୍ଦାମୁଣ୍ଡା ଗାଁର ଖୀରସିନ୍ଧୁ ବରିହାଙ୍କ ପରିବାରରେ । ସୂଚନା ଅନୁସାରେ ଗତ ଲଗାଣ ବର୍ଷାରେ ଖୀରସିନ୍ଧୁଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ତାଙ୍କ ପରିବାରର ୫ ଜଣ ସଦସ୍ୟ ଏବେ ବହୁ କଷ୍ଟରେ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଖୀରସିନ୍ଧୁଙ୍କ ପରିବାର ମୁଣ୍ଡଗୁଞ୍ଜିବା ପାଇଁ ଜାଗା ନାହିଁ, ଏବେ ପୁରା ପରିବାର ବେସାହାରା ହୋଇପଡିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ଏମାନଙ୍କ ପାଖରେ ପହଞ୍ଚି ପାରିନଥିବା ଏକ ଦୁଃଖର ବିଷୟ ବୋଲି ଆଲୋଚନା ହେଉଛି । ଗାଁର ଜଣେ ବାଦାନ୍ୟ ବ୍ୟକ୍ତି ଗୋଟିଏ ପଲିଥିନ ଦେଇଥିବା ବେଳେ କୌଣସି ସରକାରୀ ସାହାଯ୍ୟ ମିଳି ନଥିବା ସେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବୈଦ୍ୟନାଥ ମିଶ୍ର ଏ ବିଷୟରେ ଆପଣଙ୍କ ମାଧ୍ୟମରେ ଜାଣିବାକୁ ପାଇଲି ଖୁବଶୀଘ୍ର ତାଙ୍କ ସାହାଯ୍ୟ କରିବି ବୋଲି କହିଛନ୍ତି ।

Leave A Reply

Your email address will not be published.