oom

॥ ଗୀତ ॥

jsmm

ମୂଳ ଲେଖା : ଏଡୋନିସ୍ (୧୯୩୦), ସିରିଆ
ଅନୁସୃଜନ : ଭାଗୀରଥି ମିଶ୍ର

ଆମ ଆଖିପତାର ଲୋମରେ ଘଣ୍ଟି
ଏବଂ ଶବ୍ଦଙ୍କର ମୃତ୍ୟୁ ଯନ୍ତ୍ରଣା,
ଆଉ ମୁଁ କଥନ-ଭୂମିଙ୍କ ଗହଣରେ
ମାଟିଘୋଡାରେ ସବାର୍ ଏକ ଯୋଦ୍ଧା ।

ମୋର ଫୁସଫୁସ ହେଉଛି ମୋର କବିତା,
ମୋର ଆଖି ଦୁଇଟି ଏକ ବହି,
ଆଉ ମୁଁ ଶବ୍ଦମାନଙ୍କର ଚମ ତଳେ
ଚକ୍ ଚକ୍ ଫେନିଳ କୂଳରେ
ଜଣେ କବି
ଯିଏ କବିମାନଙ୍କ ସମ୍ମୁଖରେ
ଗାଇଥିବା ଏଇ ଶୋକଗୀତିକୁ
ଆକାଶର ପ୍ରାନ୍ତରେ ପକ୍ଷୀମାନଙ୍କ ପାଇଁ
ଛାଡିଦେଇ ମରିଯାଇଛି । ।

jittmm
Leave A Reply

Your email address will not be published.