csstore

ପ୍ରତିଶୃତି ପୁରଣ ନ ହେବାରୁ ରେଙ୍ଗାଲି ସ୍କୁଲର ପୁଣି ତାଲା ପକାଇଲେ ଛାତ୍ରଛାତ୍ରୀ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗେର୍ଡା ପଞ୍ଚୟତର ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଖାଲିଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧା ଦେଖା ଦେଇଥିବାରୁ ଛାତ୍ରଛାତ୍ରୀ ମାନେ ଗତ ୧୭ ତାରିଖରେ ସ୍କୁଲଗେଟରେ ତାଲା ପକାଇ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଙ୍କ ସହ ସ୍କୁଲ କମିଟିର ସଭାପତି ଓ ଅନ୍ୟମାନେ ସହଯୋଗ କରିଥିଲେ । ଏଠାରେ ପ୍ରକାଶ ଯେ, ସ୍କୁଲରେ ସମୁଦାୟ ୧୪୪ ଜଣ ଛାତ୍ରଛାତ୍ରୀ ପାଠପଢୁ ଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢୁଥିବାର ଜଣାପଡିଛି । ଏହି ସ୍କୁଲରେ କେବଳ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ଜଣେ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି । ଏହି ସ୍କୁଲରୁ ଅନ୍ୟତ୍ର ୩ ଜଣଙ୍କୁ ବଦଳି କରାଯାଇଥିବାରୁ ଏଠାରେ ଅସୁବିଧା ଦେଖା ଦେଇଥିଲା ତେଣୁ ଛାତ୍ରଛାତ୍ରୀ ଓ ଅଭିବାବକ ମାନେ ସ୍କୁଲକୁ ତାଲା ପକାଇ ଦେଇଥିଲେ । ଖବର ପାଇ ସିଆରସିସି ବିଳମ୍ବରେ ପହଞ୍ଚି ଅଭିବାବକ ଓ କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରି ଏକ ସମାଧାନର ପନ୍ଥା ବାହାର କରିଥିଲେ । ଏହି ସ୍କୁଲକୁ ୨ ଗୋଟି ଶିକ୍ଷକ ଡେପୁଟେସନରେ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଶିକ୍ଷକ ଯୋଗ ନ ଦେବାରୁ ଗାଁଲୋକ ଅସନ୍ତୋଷ ପ୍ରକାଶ କରି ପୁଣି ଆଜି ସ୍କୁଲରେ ତାଲା ପକାଇ ଦେଇ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି । ଛାତ୍ରଛାତ୍ରୀ ଓ ଗାଁର ଲୋକେ ତାଙ୍କ ଜିଦରେ ଅଟଳ ରହିଛନ୍ତି । ଆମକୁ ଯେତେ ଦିନ ପର୍ଯ୍ୟନ୍ତ ଶିକ୍ଷକ ନ ଦେବେ ସେତେ ଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସ୍କୁଲ ସଭାପତି ପ୍ରକାଶ କରିଛନ୍ତି । ଏହି ଧାରଣାରେ ସ୍କୁଲ କମିଟିର ସଭାପତି କଦମ୍ବ ମାଝୀ, ହେମନ୍ତ ସିଂ ବାବୁ, ପ୍ରଦୀପ କୁମାର୍ ମେହେର, ସୁରେନ୍ଦ୍ର ମହାନନ୍ଦ, ପୀତବାସ ପ୍ରଧାନ, ହିମାଞ୍ଚଳ ଭୋଇ, ଟିକେଲାଲ ସାହୁ, ରାଜେନ୍ଦ୍ର ଚିନ୍ଦା, ତ୍ରିଲୋଚନ ସେଠଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ଅଭିବାବକ ମାନେ ଧାରଣା ଦେଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.