oom

ବଦାନ୍ୟ ବନ୍ଧୁ ତରଫରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

jsmm

ବରଗଡ଼,(ନିରୋଜ କୁମାର ପାଣୀ) : କାର୍ତ୍ତିକ ମାସ ଆରମ୍ଭ ହେଉ ହେଉ ପଶ୍ଚିମ ଓଡ଼ିଶାରେ ଶୀତର ଲହରୀ ଅନୁଭୂତ ହୋଇଛି । ଏଥିପାଇଁ ବରିଷ୍ଠ ଅସହାୟ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବଦାନ୍ୟ ବନ୍ଧୁ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଏପରି ମହତ କାର୍ଯ୍ୟ ପ୍ରତ୍ୟେକ ବର୍ଷ ହାତକୁ ନେଇଥିବା ନଜିର ରହିଛି ।

ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ପଦ୍ମପୁର ପାଟଣାଗଡ଼ ରାଜ୍ୟ ରାଜପଥ ମଧ୍ୟରେ ଥିବା ବାଦିମାଲ ଠାରେ ଥିବା କୁଷ୍ଠ କଲୋନୀର ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ପ୍ରଧାନ କରିବା ସହିତ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ କଲୋନୀର ସମସ୍ତ ଅନ୍ତେବାସୀଙ୍କୁ ଉନ୍ନତ ଧରଣର ସମ୍ବଲପୁରୀ ମାସ୍କ ପ୍ରଦାନ କରାଯାଇଛି । ଏହି ଅବସରରେ ବଦାନ୍ୟ ବନ୍ଧୁ ସ୍ବେଚ୍ଛାସେବୀ ସଂଗଠନର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସହିତ, ବଦ୍ରି ପ୍ରସାଦ ସାହୁ, ଦିଲେଶ୍ବର ବାଗ ଉପସ୍ଥିତ ରହିଥିଲେ ।

ଶୀତ ଆରମ୍ଭରୁ ଆବଶ୍ୟକତା ଥିବା ଶୀତବସ୍ତ୍ର ବଣ୍ଟନ କରିଥିବାରୁ ଅନ୍ତେବାସୀ ମାନେ ବଦାନ୍ୟ ବନ୍ଧୁ ସ୍ବେଚ୍ଛାସେବୀ ସଂଗଠନକୁ କୃତଜ୍ଞତା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.