ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ରସମୁଣ୍ତା ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ । ଏହି ଗ୍ରାମର ଅଧିକାଂଶ ଲୋକ ଗରିବ ଖଟିଖିଆ ଶ୍ରେଣୀର ଅଟନ୍ତି । ଏହି ଗ୍ରାମ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶ ଓ ବିଜୁ ୱେ ନିକଟରେ ଅବସ୍ଥିତ । ଏହି ଗ୍ରାମରେ ୧୯୭୩ ମସିହାରୁ ନିମ୍ନ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଛି । ମାତ୍ର ସରକାରଙ୍କ ଶିକ୍ଷାନୀତି ଅନୁଶାରେ ୨୦ରୁ କମ ଛାତ୍ରଛାତ୍ରୀ ଉପସ୍ଥାନ ଥିବା ବିଦ୍ୟାଳୟ ଗୁଡିକୁ ସରକାର ସମ୍ପୁର୍ଣ୍ଣ ବନ୍ଦ କରିଦେବା ପାଇଁ ତାଲିକା ପ୍ରସ୍ତୁତ କରି ଘୋଷଣା କରିଛନ୍ତି । ଏହି ତାଲିକାରେ ରସମୁଣ୍ତା ବିଦ୍ୟାଳୟର ନାମ ମଧ୍ୟ ଅଛି । କିନ୍ତୁ ଗ୍ରାମର ଲୋକମାନଙ୍କର ଅଭିଯୋଗ ଅନୁସାରେ ସେହି ଗ୍ରାମରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆହୁରି ବିଦ୍ୟାଳୟକୁ ଯିବାର ଉପଯୋଗୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ଛୋଟ ଛୋଟ ଶିଶୁମାନେ ବିଜୁ ୱେକୁ ଅତିକ୍ରମ କରି ୪ କିମି ବାଟ ଯିବାର ସକ୍ଷମ ନାହିଁ । ତେଣୁ ଏହି ବିଦ୍ୟାଳୟକୁ ବନ୍ଦ ନ କରିବାକୁ ରସମୁଣ୍ତା ଗ୍ରାମବାସୀ ତଥା ୱାର୍ଡ ମେମ୍ବର କୁମୁଦିନୀ ବରିହାଙ୍କ ସମେତ ଗ୍ରାମବାସୀ ବରଗଡ଼ ଜିଲ୍ଲାପାଳ, ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.