csstore

ମହିଳା ନିଖୋଜ ଘଟଣା : ସିକେନ୍ଦ୍ରାବାଦରୁ ଉଦ୍ଧାର, ମାଷ୍ଟର ମାଇଣ୍ଡ ମହିଳାଙ୍କ ଦୁଇ ମାମୁଁ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିରୁଲିଗଡ଼ ଗ୍ରାମର ଜଣେ ମହିଳା ନିଖୋଜ ଥିବା ନେଇ ନିଖୋଜ ମହିଳାଙ୍କ ଶ୍ୱଶୁର ରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କେଶ ନଂ ୩୨/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା ରମ୍ଭା ଥାନା ପୋଲିସ । ନିଖୋଜ ମହିଳା ଆନ୍ଧ୍ର ପ୍ରଦେଶର ସିକେନ୍ଦ୍ରାବାଦରେ ଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇଁ ଏକ ଚାରି ଜଣିଆ ପୋଲିସ ଟିମ୍‌ ସେଠାରେ ପହଂଚି ମହିଳାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ତାଙ୍କର ଦୁଇ ମାମୁଁ ଏହି ଘଟଣାରେ ସମ୍ପୃକ୍ତ ଥିବା ତଦନ୍ତ ପରେ ପୋଲିସ ଜାଣିବାକୁ ପାଇ ମହିଳାଙ୍କ ଦୁଇ ମାମୁଁଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ରମ୍ଭା ଥାନା ଆଇଆଇସି ପି ସ୍ୱରୂପ କିଷାନ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ହେଲେ ଉଛବ ପଲାଇ ଓ କୈଳାଶ ପଲାଇ । ରମ୍ଭା ଥାନା ପୋଲିସର ସୂଚନା ଅନୁଯାଇ ନିଖୋଜ ମହିଳାଙ୍କ ଦୁଇ ମାମୁଁ ସେଠାରୁ ତାଙ୍କୁ ନେଇ ତାଙ୍କ ଗ୍ରାମ ସ୍ଥିତ ଏକ ମନ୍ଦିରକୁ ପ୍ରଥମେ ନେଇଥିଲେ । ସେଠାରେ ତାଙ୍କୁ ଖାଇବାରେ କଣ ଦେଇ ଚେତା ଶୂନ୍ୟ କରାଇ ଦେଇଥିଲେ । ପରେ ଚେତା ଫେରିବା ବେଳକୁ ସେ ସିକେନ୍ଦ୍ରାବାଦରେ ଥିବା ଜାଣିବାକୁ ପାଇଥିଲେ ବୋଲି ମହିଳା ଜଣକ ପୋଲିସକୁ କହିଛନ୍ତି । ଅନ୍ୟପଟେ ମହିଳାଙ୍କ ପରିବାର ପକ୍ଷରୁ ମଧ୍ୟ ତାଙ୍କ ଝିଅକୁ ପୂର୍ବରୁ ତାର ଶ୍ୱଶୁର ଘର ଲୋକେ ନିର୍ଯ୍ୟାତନା ଦେଇ ଆସୁଥିବା ରମ୍ଭା ଥାନାରେ ଅଭିଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ମହିଳା ଜଣକ ଗତ ମାସ ୬ ତାରିଖରେ ବିବାହ କରିଥିଲେ । ଉଦ୍ଧାର ପରେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ରମ୍ଭା ପୋଲିସ ଥାନା ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.