୭୬ତମ ସ୍ୱାଧୀନତା ଦିବସ ଓ ପ୍ରଗତି ଉତ୍କଳ ସଂଘର ୬୫ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ, ଦେଶର ୭୬ତମ ସ୍ୱାଧୀନତା ଦିବସ ତଥା ପ୍ରଗତି ଉତ୍କଳ ସଂଘର ୬୫ତମ ପ୍ରତିଷ୍ଠା ଦିବସ ମହାଆଡମ୍ବର ସହକାରେ ସଙ୍ଘ ପରିସରରେ ପାଳନ କରିବା ସଂଗେ ସଙ୍ଗେ ଦେଶାତ୍ମକବୋଧ କବିତା ପାଠ କରାଯାଇଥିଲା । ସକାଳ ୧୦.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ ସଂଘର ସଭାପତି ଅଜୟ କୁମାର ନାୟକ କରିଥିଲେ । ଏଥିରେ ଅନେକ ବରିଷ୍ଟ ସଦସ୍ୟମାନେ ଉପସ୍ଥିତ ଥିଲେ । ସନ୍ଧ୍ୟା ୭.୩୦ ମିନିଟ ସମୟରେ ପ୍ରଗତି ଉତ୍କଳ ସଂଘ ସଭାଗୃହରେ ସଙ୍ଘର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସଙ୍ଘର ସଭାପତି ଅଜୟ କୁମାର ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାଧୀନତାର ୭୫ବର୍ଷ ଓ ଏହାର ପ୍ରଗତିଶୀଳତାର ବିଜୟ ଗାଥା ପୃଥିବୀରେ ଏକ ଉଦାହରଣ ସୃଷ୍ଟି କରିପାରିଛି ବୋଲି ଶ୍ରୀ ନାୟକ କହିଥିଲେ । ଅନ୍ୟତମ ଅତିଥି ଭାବରେ ସଙ୍ଘର ସାଧାରଣ ସମ୍ପାଦକ ରାଧା ମୋହନ ନାୟକ ମଞ୍ଚାସୀନ ଥିଲେ । ଶ୍ରୀମତୀ ସ୍ମିତା ମିଶ୍ର କବିତା ଗୁଡିକୁ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ ଇଂ. ଅଶୋକ କୁମାର ପଟ୍ଟନାୟକ ସଭା ପରିଚାଳନା ଖୁବ୍ ସୁନ୍ଦର ଭାବରେ କରିଥିଲେ । ଦେଶ ମାତୃକାର ବନ୍ଦନା ସହ ଦେଶାତ୍ମାବୋଧକ କବିତା ଶ୍ରୀମତୀ ବିନତା ମହନ୍ତ, ସୁସ୍ମିତା ଚିନ୍ତକ, ସୁପ୍ତି କର, ନାରାୟଣୀ ନାୟକ, କବି ତ୍ରିଲୋଚନ ସ୍ୱାଇଁ, ଆଶୋକ କୁମାର ପଟ୍ଟନାୟକ, କିଶୋରୀ ମୋହନ କର, ରବିନାରାୟଣ ମହାନ୍ତି, ଆଲୋକ ବୋଷ, ସୁଶ୍ରୀ ଦିପ୍ତିମୟୀ ପାଢ଼ୀ, ପ୍ରିତିମୟୀ ପାଢ଼ୀ କବିତା ଆବୃତ୍ତି କରିଥିଲେ । ସଂଯୋଜିକା ସ୍ମିତା ମିଶ୍ର ଏକ ସୁନ୍ଦର ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । ସାଧାରଣ ସମ୍ପାଦକ ରାଧା ମୋହନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ପରିଶେଷରେ ଏକ ପାରିବାରିକ ବନ୍ଧୁମିଳନ ସାଙ୍ଗକୁ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା । ସଂଘ ପରିବାରର ଅନ୍ୟତମ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ଅଜୟ ଗୋସ୍ୱାମୀ ସଂଘର ବରିଷ୍ଟ ସଦସ୍ୟ ଅରବିନ୍ଦ ପାତ୍ର, ଘନଶ୍ୟାମ ଧଳ, ପ୍ରସନ୍ନ ମହାନ୍ତି, ଅର୍ଜୁନ ଭୁୟାଁ, ପରିକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ବିପିନ ବିହାରୀ ପଟ୍ଟନାୟକ, ବରୁଣ ନାହାକ, ଶୁଭ୍ରାଂଶୁ ମହାପାତ୍ର, ସମୀର ଦାସ, ନିର୍ମଳ ଦାସ, ଦେବେନ୍ଦ୍ର ଆଚାର୍ଯ୍ୟ, ଧରଣୀଧର ସାମଲ, ପ୍ରଫୁଲ୍ଲ କୁମାର ସାମଲ, ଡ. ଜ୍ଞାନରଞ୍ଜନ ଗିରି, ପ୍ରଶାନ୍ତ ସାମଲ, ଡ. ମନୋଜ କୁମାର ନାୟକ ସିଦ୍ଧି ଜ୍ୟୋତିଶ୍ରୀ, ଡଲିରାଣୀ ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ପୁଷ୍ପାରାଣୀ ପଟେଲ, ଶ୍ରୀନିବାସ ସାହୁ, ବିବେକାନନ୍ଦ ପାଢୀ, ସୁଶ୍ରୀ ଦିବ୍ୟଜ୍ୟୋତି ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.