lika

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

gbag

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ତିରୋଧାନ ଦିବସ ଗତକାଲି ବାଜପେୟୀ ସ୍ମୃତି କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବାଜପେୟୀ ଛକରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ, ସମ୍ପାଦକ ଆଶୁତୋଷ ଦାଶଙ୍କ ସମେତ ବୈଦ୍ୟନାଥ ଅଗ୍ରୱାଲ, ପ୍ରତାପ ପଟ୍ଟନାୟକ, ଜଗଦୀଶ ସେନ, ଶୋଭରାମ ଦାଶ୍, ଲିଙ୍ଗରାଜ ମହାନନ୍ଦ, ମୃତ୍ୟୁଞ୍ଜୟ ମହାରଣା, ସଞ୍ଜୟ କୁମାର ନାୟକ, ରମଣୀ ରଞ୍ଜନ ବେହେରା, ଗୋବିନ୍ଦ ଜୈନ, ସୁଦାମ ଭୋଇ, ଅନନ୍ତ ମଟାରି ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବାଜାପେୟୀ ଛକରେ ତାଙ୍କର ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ କୁହାଯାଇଛି ।

sandip
Leave A Reply

Your email address will not be published.