csstore

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଆ ଭାଷା ସଂସ୍କୃତି ବିଭାଗ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ ସ୍ଥାନୀୟ ପ୍ରଭାବତୀ ସ୍କୁଲ ଟିଟିଲାଗଡଠାରେ କୋଡିଏ ଜଣ କବିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ କବି ଚନ୍ଦ୍ର ଶେଖର ବେହେରା, କବି ସଂଯୋଜକ ଭିକାରୀ ଚରଣ ମିଶ୍ର ତଥା ବରିଷ୍ଠ କବି ସଂଜୟ ଅଗସ୍ତି, ଟିକେଲାଲ ବେହେରା, ଜ୍ୟୋତି ପ୍ରକାଶ ଗଡତ୍ୟା ଓ ଦିଲ୍ଲୀପ କୁମାର ପସାୟତ ମଂଚାସୀନ ଥିଲେ । କବିତା ସଂଯୋଜନା କ୍ରମେ କବି ଗଜାନନ ମିଶ୍ର, ସେବକ ଚରଣ ଦାଶ, ଯୁଗଳ କିଶୋର ଷଡଙ୍ଗୀ, ମଧୁସୂଦନ ମହାନନ୍ଦ, ବୃନ୍ଦାବନ କୁମ୍ଭାର, ସୁନୀଲ୍ ଅଗସ୍ତି, ନୀଳମଣି ସାହୁ, ଯଶୋବନ୍ତ ସାହୁ, ଚିତ୍ତ ରଂଜନ ଚାନ୍ଦ, କ୍ଷୀରସିନ୍ଧୁ ବିଶି, ପଂଚାନନ ତାଣ୍ଡି, ନରସିଂହ ସାହୁ, ଆଦିମୂଳ ଶତପଥୀ, ଲିଲୁ ମୋହନ ପଧାନ ପ୍ରମୁଖ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ପ୍ରଭାବତୀ ସ୍କୁଲ ଏହି କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.