csstore

ଛତ୍ରପୁର ସହରରେ ଏକ ସାରସ୍ୱତ ସାମାରୋହରେ କିଚେନ-୯୯ ମେଗା ରେଷ୍ଟୁରାଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯୁଗର ପରିବର୍ତ୍ତନ ଅନୁଯାୟୀ ଲୋକଙ୍କ ଚାଲିଚଳନ ଓ ଖାଦ୍ୟପେୟର ମଧ୍ୟ ପରିବର୍ତ୍ତନ ହେବାରେ ଲୋକଙ୍କ ରୁଚି ରହିଛି । ସୁଲଭ ମୂଲ୍ୟରେ ସ୍ୱାଦିଷ୍ଟ ଖାଦ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏଠାରେ ଏକ ମୋଡେଲିଙ୍ଗ ହୋଟେଲ ଖୋଲିଯାଇଛି । ରବିବାର ଅପରାହ୍ନରେ ସ୍ଥାନୀୟ ଗାର୍ଲ୍ସ ହାଇସ୍କୁଲ ରୋଡ୍‌ଠାରେ କିଚେନ-୯୯ର ଶୁଭାରମ୍ଭ ହୋଇଯାଇଛି । କିଚେନ-୯୯ର ମାଲିକ ଦେବବ୍ରତ ପଣ୍ଡାଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କ ଝିଅ ମୋକ୍ଷ୍ୟଦା ପଣ୍ଡା ରିବନ କାଟି ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦେବବ୍ରତ ପଣ୍ଡାଙ୍କ ବାପା ବିଶିଷ୍ଠ ପ୍ରବଚକ ଜଗନ୍ନାଥ ପଣ୍ଡା, ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ଯୁବନେତା ବାପି ଦାସ, ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, କେ. ଚନ୍ଦ୍ରଶେଖର ରେଡ୍ଡୀ, ସମାଜସେବୀ ଡମ୍ବୁରୁଧର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.