ଛତ୍ରପୁରର ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ବିଶ୍ଵ ଅଙ୍ଗଦାନ ଦିବସର ସଚେତନତା ସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପ୍ରତିଭା ଆବାସିକ ମହାବିଦ୍ୟାଳୟ ଓ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀର ମିଳିତ ଆନୁକୂଲ୍ୟରେ ବିଶ୍ଵ ଅଙ୍ଗଦାନ ଦିବସ ପାଳନ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାରୱାଡ଼ି ମହିଳା ସମ୍ମିଳନୀର ସଭାନେତ୍ରୀ ସୀମା ଚୌଧୁରୀ ଅଙ୍ଗଦାନ ଦିବସର ଲକ୍ଷ୍ୟ ଓ ମହତ୍ୱ ଉପରେ ପ୍ରତିପାଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ ଏଥି ନିମିତ୍ତ ବ୍ୟାପକ ସଚେତନତା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ୱେଚ୍ଛାସେବୀ ଅରୁଣ ଶତପଥୀ ଅଙ୍ଗଦାନ ଜୀବନଦାନ ଓ ମହତଦାନ ଏ ସମ୍ପର୍କରେ ସଚେତନତା କରିଥିଲେ । ଛାତ୍ରଛାତ୍ରୀମାନେ ଗ୍ରୀନ ରିବନ୍ ପରିଧାନ କରି ଅତିଥିମାନଙ୍କଠାରୁ ବିଭିନ୍ନ ପ୍ରଶ୍ନର ଉତ୍ତର ପଚାରି ବୁଝିଥିଲେ ।

Leave A Reply

Your email address will not be published.