csstore

ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କ୍‌ରେ କାର୍ଯ୍ୟରତ କୃଷି ଅଧିକାରୀ ଦିବ୍ୟ ରଂଜନ ମିଶ୍ର ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ବରପାଲିରେ ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କର ଏଗ୍ରିକଲ୍‌ଚର ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଖୋଜ ଦିବ୍ୟ ରଂଜନଙ୍କ ଘର ବଲାଙ୍ଗିର ସହରର ଶାନ୍ତିପଡାର ବୋଲି ଜଣାପଡିଛି । ତେବେ ବଲାଙ୍ଗିର ବରଗଡ ରାସ୍ତାର ଏନ୍‌ଏଚ୍‌ ୨୬ ଅଙ୍ଗ ନଦୀ ଚେରୁପାଲି ବ୍ରିଜ ଉପରେ ତାଙ୍କର ବାଇକ ଆଉ ହେଲ୍‌ମେଟ ମିଳିଥିବା ବେଳେ ସେ ବ୍ରିଜ୍‌ ଉପର ଡେଇଁ ପଡିଥିବା ନେଇ ସନ୍ଦେହ କରି ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଦିବ୍ୟ ରଂଜନ ଗତକାଲି ବିନିକାରୁ ଫିଲ୍ଡ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ନିଖୋଜ ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ନେଇ ଦିବ୍ୟ ରଂଜନ ଘରକୁ ଫୋନ କରିଥିଲେ । ପରେ ସନ୍ଧ୍ୟା ୭ ଟା ପରେ ପରିବାର ଲୋକେ କଲ୍‌ କରିବାରୁ ଦିବ୍ୟ ରଂଜନଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଆସୁଥିବା ବେଳେ ଆଉ ତାଙ୍କର ପତ୍ତା ମିଳି ପାରି ନାହିଁ । ଅନ୍ୟପଟେ ଦିବ୍ୟ ରଂଜନଙ୍କ କାହା ସାଙ୍ଗେ ଶତୃତା କି ପାରିବାରିକ ଅସାନ୍ତି ମଧ୍ୟ ନଥିଲା ବୋଲି ପରିବାର ଲୋକେ କହିଛନ୍ତି ।

jayashree
Leave A Reply

Your email address will not be published.