oom

ଏକକ ଅଭିଯାନର ଉଦ୍‌ଯାପନୀ ଉତ୍ସବ

jsmm

ନବରଙ୍ଗପୁର : ଆଁଉଳୀସ୍ଥିତ ଗୋଶାଳା ପରିସର ମଧ୍ୟରେ ଏକକ ଅଭିଯାନର ଉଦ୍‌ଯାପନ ଉତ୍ସବ ସମାପ୍ତ ହୋଇଛି । ଅନ୍ତିମ ସ୍ରୋତ୍ରରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଶାସନିକ ପ୍ରମୁଖ ସର୍ବେଶ୍ଵର ତ୍ରିପାଠୀ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍‌ଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଜୀବର୍ଦ୍ଧନ ସାହୁ ଅନୁଷ୍ଠାନ ଦ୍ଵାରା ସମାଜର ଅଭାବୀ ମଣିଷ କିପରି ତାର ଧର୍ମ, ସଂସ୍କୃତି ସହ ନିଜର ପ୍ରକୃତ ପରିଚୟ ଫେରିପାଇଛି ବର୍ଣ୍ଣନା କରିଥିଲେ । ବୈଭବଶାଳୀ ରାଷ୍ଟ୍ର ଗଠନର ଏହା ସବୁଠୁ ବଡ ଆଧାର ବୋଲି କହିଥିଲେ । ହୃଷିକେଶ ଦାଶ କର୍ମଜୀବୀ ହେବାର ମନ୍ତ୍ର ଦେଇଥିଲେ । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହେମଲତା ମାଝୀ ସନାତନ ଧର୍ମର ମହାଜାଗତୀୟ ଚିନ୍ତନ ଉପରେ ମାର୍ଗଦର୍ଶନ କରିଥିଲେ ।

ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ବର୍ଗରେ ୪୬ ଜଣ ପ୍ରମୁଖ ଥିଲେ । ବିଭିନ୍ନ ସମୟରେ ସୁଭାଷ ଜୈନ ଗୋଔଷଧି, ହରେକୃଷ୍ଣ ବିଷୟୀ କର୍ମ ନିଷ୍ଠତା, ଡାକ୍ତର ବିପିନ ବିହାରୀ ମିଶ୍ର ଆରୋଗ୍ୟ ସେବା, ସୁଭାଷିନୀ ମହାନ୍ତି ଶିକ୍ଷା, ଚିନ୍ତାମଣି ସାହୁ ସଂଗଠନ, ଇତିଶ୍ରୀ ମିଶ୍ର ମାତୃଶକ୍ତି, ଡାକ୍ତର ସତ୍ୟନାରାୟଣ ଶତପଥୀ ସ୍ୱଚ୍ଛତା ଉପରେ ଶିକ୍ଷା ଦାନ କରିଥିଲେ ।

jittmm
Leave A Reply

Your email address will not be published.