csstore

କଣ୍ଟାବାଞ୍ଜି ମାନସ ଭବନରେ ବିଦ୍ୟାଳୟସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆୟୋଜିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ମାନସ ଭବନଠାରେ ମଙ୍ଗଳବାର ବିଦ୍ୟାଳୟସ୍ତରୀୟ ଚେସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଚେସ ଫାଉଣ୍ଡେସନ କଣ୍ଟାବାଞ୍ଜି ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ କଣ୍ଟାବାଞ୍ଜି ତଥା ବାହାର ସହରରୁ ଆସି ଖେଳାଳିମାନେ ଯୋଗ ଦେଇଥିଲେ । ବିଘ୍ନେସ୍ୱର ଯୋଶୀ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ କେଭି କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ଚେସ ଫାଉଣ୍ଡେସନ ସଭାପତି ସୁକଦେବ ମହାନ୍ତି, ସମ୍ପାଦକ ମଛିନ୍ଦ୍ର ନାରାୟଣ ବେହେରା, ଆର୍ବିଟର ସରୋଜକାନ୍ତ ବେହେରା, ଅଧ୍ୟାପକ ସଂଜୟ ମିଶ୍ର, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମ୍ବାଦ ପ୍ରତିନିଧି ପୁଷ୍ପକେତୁ ବେହେରା ପ୍ରମୁଖ ମଂଚାସୀନ ରହିଥିଲେ । ଆଜିର ଖେଳରେ ମୋଟ ୨୭ଜଣ ଖେଳାଳି ଯୋଗ ଦେଇଥିବା ବେଳେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ରହି ମୁଖ୍ୟ ଅତିଥି ଶ୍ରୀ ସାଲୁଜାଙ୍କ ଠାରୁ ପୁରସ୍କୃତ ହୋଇଥିଲେ । କଣ୍ଟାବାଞ୍ଜି ଏମଟେକ କମ୍ପୁଟର ସେଣ୍ଟରର ସହଯୋଗ ରହିଥିଲା । ଚେସ ଫାଉଣ୍ଡେସନ କାର୍ଯ୍ୟକାରୀ ସମ୍ପାଦକ ସତୀଶ ମାରୁଙ୍କ ପ୍ରଚେଷ୍ଟାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସନ୍ତୋଷ ମହାନ୍ତି, ଦେବେନ୍ଦ୍ର ଯୋଶୀ, ଜିତେଶ ମାରୁ, ବିନୟ ବେହେରା, ପ୍ରଶାନ୍ତ କୁମାର ପାଢୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.