jayashree

ବଙ୍ଗୋମୁଣ୍ଡାଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

  • ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ହେବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଜମିଦାରପଡା ଧରଣୀ ପୀଠ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ମିଳିତ ଆନୁକୂଲ୍ୟରେ ଗତକାଲି ବିଶ୍ୱ ଆଦିବାସୀ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ଜାଡେନଙ୍କ ଠାରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ବଙ୍ଗୋମୁଣ୍ଡାର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନିଙ୍କ ମନ୍ଦିରରୁ ବିରାଟ ଶୋଭାଯାତ୍ରାରେ ବାହାରି ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଡାକ ବାଦ୍ୟର ତାଳେ ତାଳେ ବଙ୍ଗୋମୁଣ୍ଡା ଭୀମଭୋଇ ଛକ, ଆମ୍ବେଦକର ଛକ, ବସ୍‌ଷ୍ଟାଣ୍ଡ, ଥାନା ଦେଇ ସହର ପରିକ୍ରମା କରି ସଭାସ୍ଥଳରେ ପହଂଚି ଥିଲେ । ଆୟୋଜିତ ସାଧାରଣ ସଭାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଙ୍ଗୋମୁଣ୍ଡା ବ୍ଲକ ଶାଖାର ସଭାପତି ଶରତ ଚନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୀତବାସ ଯାନୀ, ମୁଖ୍ୟବକ୍ତା ଭାବେ ସମାଜର ଉପଦେଷ୍ଟା ନେତ୍ରମଣି ଭୋଇ, ସମ୍ମାନିତ ଅତିଥି ଭାବେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ସଭାପତି ଚକ୍ରଧର ଯାନୀ, ଠେମରା ସମିତି ସଭ୍ୟ ପ୍ରଦୀପ ମାଝୀ, ପୂର୍ବତନ ସିନ୍ଧେକେଲା ସରପଞ୍ଚ ରାଜା ଥନାପତି, ସଦସ୍ୟ ରବି ମାଝୀ, ଯୁବ ସାମ୍ବାଦିକ ସୁଶାନ୍ତ ଥନାପତି, ବଙ୍ଗୋମୁଣ୍ଡା ପଞ୍ଚାୟତ ସଭାପତି ଧନଞ୍ଜୟ ଛତ୍ରିଆ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ, ସମ୍ପାଦକ ମନୋରଞ୍ଜନ ଭୋଇ, ମୁଣ୍ଡପଦର ପଞ୍ଚାୟତ ସଭାପତି ପୁରନ୍ଦର ଭୋଇ, ବ୍ରଜକିଶୋର ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ଆଦିବାସୀ ଦିବସ ଉପରେ ଆଲୋକପାତ କରାଯିବା ସହ ଆଦିବାସୀଙ୍କ ହକ୍‌ ଏବଂ ଅଧିକାର ପାଇଁ ଲଢେଇ ଜାରି ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଖଇରା ଗ୍ରାମ ସଭାପତି ସୀମାଞ୍ଚଳ ଭୋଇ, ହରିଶଙ୍କର ଭୋଇ, ପରମାନନ୍ଦ ଭୋଇ, ମହେନ୍ଦ୍ର ଭୋଇ, ପୂର୍ଣ୍ଣଚନ୍ଦ୍ର ଭୋଇ, ଚମାର ଭୋଇ, ତ୍ରିନାଥ ଭୋଇ, ଧନେଶ୍ୱର ଯାନୀ, ରାଜକପୁର ଯାନୀ, ହୃଷିକେଶ ଯାନୀ, ଯୁଗେଶ୍ୱର ଭୋଇ, ଗଣପତି ଯାନୀ, ବଳଦେବ ଭୋଇ, ସୁକମାନ ଭୋଇ, ବିଜୟ ଭୋଇଙ୍କ ସମେତ ବହୁ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.