ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବା ବୈଠକ

ବୌଦ୍ଧ, (ମମତା ମହାକୁର) : ଭାରତୀୟ ଷ୍ଟେଟ ବ୍ୟାଙ୍କ ବୌଦ୍ଧ ମୁଖ୍ୟ ଶାଖାଠାରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଗ୍ରାହାକ ସେବା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ବୀମା ଯୋଜନା ସାମିଲଥିବା ସଂଜିତ କୁମାର ସାହୁଙ୍କ କୌଣସି ରୋଗଜନିତ ମୃତ୍ୟୁ ହୋଇ ଯାଇଥିବାରୁ ତାଙ୍କର ପତ୍ନୀ ଛାୟାବତୀ ସାହୁଙ୍କୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏସବିଆଇର ଆଞ୍ଚଳିକ ପ୍ରବନ୍ଧକ ପ୍ରଶାନ୍ତ କୁମାର ବେହେରା ଏହି ସହାୟତା ରାଶି ଚେକ୍‌ ଆକାରରେ ପ୍ରଦାନ କରିଥିଲେ । ଏହି ବୈଠକରେ ଉପସ୍ଥିତ ସମସ୍ତ ଗ୍ରାହାକମାନଙ୍କୁ ବୀମା ଯୋଜନାର ଲାଭ ସଂପର୍କରେ ଅବଗତ କରାଯାଇଥିଲା । ବୈଠକରେ ଏସ୍‌ବିଆଇର ମୁଖ୍ୟ ପ୍ରବନ୍ଧକ ସଂଜୟ କୁମାର ସାହୁ, ଲିଡ ବ୍ୟାଙ୍କ ମ୍ୟାନେଜର ରବୀନ୍ଦ୍ର କୁମାର ସେଠୀ, ମ୍ୟାନେଜର ସଂଜିତ କୁମାର ମଲିକ, ସହକାରୀ ମ୍ୟାନେଜର ଜୟଶ୍ରୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବୌଦ୍ଧ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ପ୍ରଦୀପ ଚନ୍ଦ୍ର ନାହାକ ବୈଠକ ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.