csstore

ବାଉଁଶୁଣୀ ନାଗରିକ କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବାଉଁଶୁଣୀଠାରେ ଥିବା ବାଉଁଶୁଣୀ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସଭାଗୃହଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଙ୍କନିଧି ଗାଗରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିକୁ ମଜବୁତ୍ କରିବା ସହ ୧୨ଗୋଟି ପଞ୍ଚାୟତର ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂର୍ବରୁ ଆରମ୍ଭ ହୋଇଥିବା ବାଉଁଶୁଣୀକୁ ବ୍ଲକ ମାନ୍ୟତା ଦାବୀ, ବାଉଁଶୁଣୀଠାରୁ ବୀରମହାରାଜପୁରକୁ ଗମନାଗମନ ପାଇଁ ମହାନଦୀ ଉପରେ ସେତୁ ନିର୍ମାଣ କରିବା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଏ ଅଞ୍ଚଳର ନ୍ୟାର୍ଯ୍ୟ ଦାବୀକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତେ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ହେବ ବୋଲି କମିଟିର ସମ୍ପାଦକ ପ୍ରଦୋଷ ରଥ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ବାଉଁଶୁଣୀ ସରପଞ୍ଚ ଅଇଁଠୁ ମହାଲିକ, ଆଇନଜୀବୀ ରାଜେନ୍ଦ୍ର ମେହେର, ଘୁମୁଡୁ ଦନ୍ତା, ରଂଜନ କୁମାର ଦାଶ, ହେମନ୍ତ ଦିଶିରି, ଅକୁର ଗାଗରିଆ, ଉମାଶଙ୍କର ପାଢୀ, ପ୍ରମୋଦ ମେହେର, ଏକା ମହାକୁଡ, ପ୍ରଭାକର ଦେହୁରୀ, ନାରାୟଣ ପୁରୋହିତ, ତ୍ରିବିକ୍ରମ ମହାକୁଡ ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.