ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ବନ୍ଦ ଥିବା ୨ ଯୋଡା ପାସେଞ୍ଜର ଟ୍ରେନ୍ ସେବା ଚଳିତ ମାସରୁ ପୁଣି ଆରମ୍ଭ ହେବ । ଟ୍ରେନ୍ ନମ୍ବର ୦୮୨୭୭ ଟିଟିଲାଗଡ-ରାୟପୁର ପାସେଞ୍ଜର ସ୍ୱତନ୍ତ୍ର ୮ତାରିଖରୁ ଓ ୦୮୨୭୮ ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍ ୯ତାରିଖରୁ ପୁନଃଚଳାଚଳ କରିବ । ସେହିପରି ଟ୍ରେନ୍ ନମ୍ବର ୦୮୨୭୫ ରାୟପୁର-ଜୁନାଗଡ ରୋଡ୍ ପାସେଞ୍ଜର ସ୍ୱତନ୍ତ୍ର ଆସନ୍ତା ୨୨ତାରିଖରୁ ଓ ୦୮୨୭୬ ଜୁନାଗଡ ରୋଡ୍-ରାୟପୁର ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍ ୨୩ତାରିଖରୁ ପୁଣି ଚାଲିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ ପାଇଛି ।