jayashree

ଗ୍ୟାଙ୍ଗରେପ୍‌ ପରେ ପୀଡିତାଙ୍କୁ ବିନା ପୋଷାକରେ ରାସ୍ତାରେ ଛାଡିଲେ ଦୁର୍ବୃତ୍ତ : ଅବସ୍ଥା ଗୁରୁତର, ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ : ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଜଣେ ୩୫ ବର୍ଷୀୟା ମହିଳାଙ୍କୁ ତିନି ଜଣ ପୁରୁଷ ଗ୍ୟାଙ୍ଗ ବଳାତ୍କାର କରିବା ପରେ ତାଙ୍କୁ ବିନା ପୋଷାକରେ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିବା ଭଳି ଏକ ସଂଗୀନ ଘଟଣା ସାମ୍‌ନାକୁ ଆସିଛି । ଶନିବାର ପୋଲିସ ଏହି ସୂଚନା ଦେଇଛି । କରଧା ପୋଲିସ ଷ୍ଟେସନର ଇନ୍ସପେକ୍ଟର ରାଜେଶ ଥୋରାଟ କହିଛନ୍ତି ଯେ, ଏକ ବ୍ରିଜ ନିକଟରେ ଉଲଗ୍ନ ଅବସ୍ଥାରେ ଜଣେ ମହିଳା ପଡ଼ିଥିବା ବିଷୟରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ମହିଳାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ନାଗପୁର ମେଡିକାଲ କଲେଜକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା । ପୀଡିତାଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି । ଗୋଂଦିଆ ପୋଲିସ ଅଧୀକ୍ଷକ ବିଶ୍ୱ ପାନସରେ କହିଛନ୍ତି ଯେ, ଏହି ମାମଲା ଗୋଂଦିଆ ପୋଲିସକୁ ହସ୍ତାନ୍ତର କରାଯାଇଛି । ଆମେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛୁ । ଅଧିକ ତଦନ୍ତ ଚାଲିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ଅମିତ ସର୍‌ବେ ଏବଂ ମହମ୍ମଦ ଅନସାରୀ । ଅଗଷ୍ଟ ୮ ପର୍ଯ୍ୟନ୍ତ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଯାଇଛି । ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ଏବଂ ଏହି ଘଟଣାରେ ଗୋଂଦିଆ ଜିଲ୍ଲାର ଗୋରଗାଓଁରୁ ଲାଖାନୀ ପର୍ଯ୍ୟନ୍ତ ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.