ବଲାଙ୍ଗିର, (କେପିଏନ୍ଏସ୍) : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ନାବାଳିକା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ପାଟଣାଗଡ ଅନ୍ତର୍ଗତ ଲଛିମାଲ ଗ୍ରାମରେ । ସୂଚନା ଅନୁସାରେ ଲଛିମାଲ ଗ୍ରାମର ଭରତ ନାଗଙ୍କ ୧୩ ବର୍ଷର ନାବାଳିକା ଝିଅ କୌଣସି କାରଣକୁ ନେଇ ଘରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ କାର ଯୋଗେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିବା ଜଣାପଡିଛି ।
Next Post