ଅସହାୟ ମହିଳାଙ୍କ ଶବ ସତ୍କାର କଲା ମାହେଶ୍ୱରୀ ସଂଗଠନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ପକ୍ଷରୁ ଜଣେ ଅସହାୟ ମହିଳାଙ୍କ ଶବ ସତ୍କାର କରାଯାଇଛି । ସୂଚନା ଅନୁସାରେ, ଆଗଲପୁର ଗାଁର ବରଗଡିଏନ୍‌ ମେହେର (୮୭)ଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ନିଜର ପରିବାର ଲୋକେ ନଥିବାରୁ ଗାଁ ଲୋକଙ୍କ ଅନୁରୋଧ କ୍ରମେ ବୁଧବାର ରାତିରେ ମାହେଶ୍ୱରୀ ସଂଗଠନର ସଭାପତି ପ୍ରମୋଦ ସାହୁ, ସନ୍ୟାସୀ, ବିଚିତ୍ରା, ରାଜା, ଆକାଶ, ପପୁ, ସୀତାରାମ, ଶୁଭ୍ରଜିତ, ଆଦିତ୍ୟ, ଅମିତ, ବିଜୁ, ଆଗଲପୁର ପୂର୍ବ ସରପଞ୍ଚ କୃଷ୍ଣ ମେହେର, ନାଏବ ସରପଞ୍ଚ ପ୍ରଶାନ୍ତ ମେହେର ପ୍ରମୁଖ ହିନ୍ଦୁ ରୀତିନୀତି ଅନୁଯାୟୀ ବରଗଡିଏନ୍‌ଙ୍କ ଶବ ସତ୍କାର କରିଥିଲେ ।

jittmm
Leave A Reply

Your email address will not be published.