oom

ମୁରବି ବିହୀନ ପାଟଣାଗଡ ଡାକ୍ତରଖାନା : ରୋଗୀକୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ଅଭିଯୋଗ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବେ ମୁରବି ବିହୀନ ହୋଇ ପଡି ରହିଥିବା ଅଭିଯୋଗ ହୋଇଛି । ଜିଲ୍ଲା ତଥା ଜିଲ୍ଲା ବାହାରେ ନାଁ କରିଥିବା ଏହି ଡାକ୍ତରଖାନାରେ ଦୀର୍ଘଦିନ ହେବ ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦ ଖାଲି ପଡିଥିବାରୁ ପୁରା ଭୁଷୁଡି ପଡିଛି ଚିକିତ୍ସା ସେବା ।ଲୋକମାନଙ୍କୁ ଠିକ ଭାବେ ଚିକିତ୍ସା ମିଳୁନଥିବା ବେଳେ ଅତ୍ୟଧିକ ରୋଗୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର ହେଉଛନ୍ତି । ଅନ୍ୟପଟେ ଦାୟିତ୍ୱରେ ଥିବା ଡାକ୍ତରମାନେ କ୍ଲିନିକକୁ ଅଧିକ ଗୁରୁତ୍ୱ ଦେଉଥୁବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଏହି ଡାକ୍ତରଖାନା ଉପରେ ପଡୋଶୀ ନୁଆପଡା, ଛତିଶଗଡ ସହ ଆଖପାଖ ଅଚଂଳର ହଜାର ହଜାର ଲୋକ ନିର୍ଭର କରି ଚିକିତ୍ସା ସେବା ପାଉଥିଲେ । ବହୁ ଗୁରୁତର ରୋଗୀ ମଧ୍ୟ ଭଲ ହୋଇ ଘରକୁ ଫେରୁଥୁଲେ କିନ୍ତୁ ଏବେ ଆଉ ସେପରି ଚିତ୍ର ଦେଖିବାକୁ ମିଳୁନାହିଁ । ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ମିଳୁନଥିବା ବେଳେ ଡାକ୍ତରଖାନାର ଉନ୍ନତି ହେଉନାହିଁ । ଏନେଇ ଅନେକ ଥର ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ ମାନେ ସ୍ୱର ଉତ୍ତୋଳନ କରି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି ହେଲେ ସମସ୍ୟାର ସାମାଧନା ହୋଇପାରୁନାହିଁ । ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନଥିବା ବେଳେ ବହୁ ପଦବୀ ଖାଲି ପଡିଛି । ଏପରିକି ଡାକ୍ତରଖାନା ପରିସରରେ ପରିମଳ ବ୍ୟବସ୍ଥା ଠିକ୍‌ ରହୁନଥିବାରୁ ଚାରିପାଖର ଦୁଗର୍ନ୍ଧରେ ନାକ ଫାଟି ପଡୁଛି । ଏପରି ସ୍ଥିତିରେ ଲୋକେ ବାଧ୍ୟହୋଇ ଡାକ୍ତରଖାନା ଉପରେ ନିର୍ଭର କରି ଚିକିତ୍ସିତ ହେଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ ପାଟଣାଗଡ ଅଚଂଳ ଏକ ଦାଦାନ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଅଚଂଳ ହେତୁ ବହୁ ରୋଗୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର ହେଉଥୁବାରୁ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଏହାର ସାମାଧାନ କରିବାକୁ ଅଚଂଳବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.