ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୫୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୩୨୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୯ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୩୬୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୧୦, ବରଗଡରୁ ୩୬, ଭଦ୍ରକରୁ ୮, ବଲାଙ୍ଗିରରୁ ୪୫, ବୌଦ୍ଧରୁ ୬, କଟକରୁ ୨୦, ଦେବଗଡରୁ ୮, ଢେଙ୍କାନାଳରୁ ୨, ଗଜପତିରୁ ୬, ଗଞ୍ଜାମରୁ ୧, ଜଗତସିଂହପୁରରୁ ୫, ଯାଜପୁରରୁ ୧୬, ଝାରସୁଗୁଡାରୁ ୨୩, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୬, କେଉଁଝରରୁ ୫, ଖୋର୍ଦ୍ଧାରୁ ୧୪୦, କୋରାପୁଟରୁ ୬, ମୟୁରଭଞ୍ଜରୁ ୫୯, ନବରଙ୍ଗପୁରରୁ ୧୨, ନୟାଗଡରୁ ୨୧, ନୂଆପଡାରୁ ୧୨, ପୁରୀରୁ ୨, ରାୟଗଡାରୁ ୧୪, ସମ୍ବଲପୁରରୁ ୭୨, ସୋନପୁରରୁ ୧୭, ସୁନ୍ଦରଗଡରୁ ୨୨୦, ଷ୍ଟେଟପୁଲରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି ।