ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ସ୍ଥାନୀୟ ସୁଭଦ୍ରା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଡ଼. ବିଜୟ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନଏସି ମାନସୀ ବିଶ୍ଵାଲ, ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା, ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା, ଏନ୍ଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ, ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚଂଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଉପଖଣ୍ଡସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ପାଳିତ ଅବସରରେ କୋଭିଡ କଟକଣା ନିୟମ ଅନୁସାରେ ସହରର ବିଭିନ୍ନ ଛକ ସ୍ଥାନ ଗୁଡିକରେ ଥିବା ମହାପୁରୁଷଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗିତାକୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ କାର୍ୟ୍ୟରତ ସାମ୍ବାଦିକଙ୍କୁ ସ୍ୱର୍ଗତ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଓ ଯତିଶ ଚନ୍ଦ୍ର ଖମାରୀଙ୍କ ମରୋଣତ୍ତର ସମ୍ମାନରେ ସମ୍ମାନିତ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସ୍ଵାସ୍ଥ୍ୟ, ପୋଲିସ, ବିଦ୍ୟୁତ, ଅଗ୍ନିଶମ, କୃଷି, ଶିକ୍ଷା, ଶ୍ରମ ବିଭାଗ, ଆଇସିଡିଏସ ଆଦି ସମସ୍ତ ବିଭାଗର ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଞ୍ଜିବ ମହାନ୍ତି ପରିଚାଳନା କରିଥିବା ବେଳେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।