jayashree

କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ‘ନୁରା’ ପ୍ରକାଶିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯେଉଁ ସମୟରେ ପୃଥିବୀର ଅନେକ ଭାଷା ଲୋପ ପାଇ ବସୁଛି, ସେହି ସମୟରେ ଦିନକୁ ଦିନ ଆହୁରି ଉଦ୍‌ଭାସିତ ହେଉଛି କୋଶଲୀ ସମ୍ବଲପୁରୀ ଭାଷା । କବି ଲେଖକମାନେ ଅଂଚଳର ସଂସ୍କୃତି ପରମ୍ପରା ଐତିହ୍ୟକୁ ନେଇ ସୃଷ୍ଟି କରି ଚାଲିଛନ୍ତି ସାହିତ୍ୟ । ଉପଭାଷାର ଶିକୁଳିକୁ ଛିଣ୍ଡାଇ ସମ୍ବିଧାନର ଅଷ୍ଟମ ସୂଚୀରେ ଭାଷାକୁ ସାମିଲ କରିବାର ଦାବୀ ଓ ପ୍ରଚେଷ୍ଟା ଜୋର୍ ଧରିଛି । ଭାଷାର ମାଧୁର୍ଯ୍ୟ ଏବେ ଖାଲି ଦେଶରେ ନୁହଁ ବିଦେଶରେ ମଧ୍ୟ ଲୋକଙ୍କୁ ଆକର୍ଷିତ କଲାଣି । ଆଉ ଏ ଭିତରେ ଯୁବ କବି ସୁଜିତ କୁମାର ସତପଥିଙ୍କ କବିତା ସଂକଳନ “ନୁରା” କେନ୍ଦ୍ର ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀର ଲାଙ୍ଗୁଏଜ୍ ଡେଭେଲପମେଣ୍ଟ ବୋର୍ଡ ଦ୍ୱାରା ଅନୁମୋଦିତ ହୋଇ ପ୍ରକାଶିତ ହୋଇସାରିଛି ଏବଂ ଆଉ ଗୋଟେ ପାଦ ଆଗେଇଛି ଭାଷାର ସ୍ୱୀକୃତି । ଚଳନ୍ତି ସମୟର ଆଶ୍ୱାସନା ସହ ହଜିଯାଇଥିବା ସମୟର ପ୍ରତିଶୃତିକୁ ମାନବିକତା ଓ ମନସ୍ତାତ୍ତ୍ୱିକ ଦୃଷ୍ଟିରେ ଖୋଜି ପ୍ରକାଶିତ କରୁଥିବା ଏଇ ସଂକଳନଟି ଭାଷା ସାହିତ୍ୟରେ ଗୋଟେ ମାଇଲଖୁଣ୍ଟ ହେବାର ଦୃଢ ହେବା ନେଇ ଆଶାପୋଷଣ ତଥା ଆଲୋଚନା କରୁଛନ୍ତି ଅଂଚଳର ବୁଦ୍ଧିଜୀବୀ, କବି ଓ ଲେଖକମାନେ । ପ୍ରକାଶ ଥାଉକି ପୂର୍ବରୁ କବି ସୁଜିତଙ୍କର କେନ୍ଦ୍ର ସାହିତ୍ୟ ଏକାଡେମୀର ନବୋଦୟ ଯୋଜନା-୨୦୧୫ରେ ମନୋନୀତ ଓ ପ୍ରକାଶିତ “ଇଚ୍ଛାଭାଟି” ସହ, “ଚତୁର୍ଥ ପୁରୁଷ”, “ଶବ୍ଦରେ ଶବ୍ଦରେ”, “ଛୁଟିଦେବା ସମୟକୁ” ଆଦି କବିତା ସଂକଳନ ଓ “କବି ସଂଜୟ କୁମାର ମିଶ୍ରଙ୍କ କବିତା : ଦୀପ୍ତି ଓ ଦିଗନ୍ତ” ଆଲୋଚନା ପୁସ୍ତକଟି ବେଶ ପାଠକୀୟ ସ୍ୱୀକୃତି ପାଇସାରିଛି ।

Leave A Reply

Your email address will not be published.