jayashree

ଏକ୍ସନ ମୋଡରେ ଅବକାରୀ ବିଭାଗ : ବାଇକ୍ ସହ ମଦ ଜବତ, ଜଣେ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା, ଖପ୍ରାଖୋଲ, ପାଟଣାଗଡ଼ ଆଦି ବ୍ଲକରେ ପ୍ରଚୁର ପରିମାଣରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏକ୍ସନ ମୋଡରେ ଆସିଛନ୍ତି ପାଟଣାଗଡ଼ ନୂତନ ଭାବେ ଯୋଗଦେଇ ଥିବା ଅବକାରୀ ବିଭାଗ ଅଧିକାରୀ ସତ୍ୟ ନାରାୟଣ ଦାସ । ସୂଚନା ଅନୁସାରେ ଶ୍ରୀ ଦାସ ଗତ ୨/୭/୨୦୨୨ରେ ଯୋଗଦାନ କରିଥିଲେ । ତାଙ୍କ ଯୋଗଦାନର ମାତ୍ର ଏକ ମାସ ମଧ୍ୟରେ ୨୨ଟି ମଦ ମାଫିଆଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରି ପାଟଣାଗଡ଼ ଅବକାରୀ ବିଭାଗରେ ରେକର୍ଡ ସୃଷ୍ଟି କରିଛନ୍ତି । କୌଣସି ରାଜନୈତିକ ଚାପକୁ ଖାତିର ନକରି ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ପାଟଣାଗଡ଼ ଓ ଖପ୍ରାଖୋଲ ଥାନା ଅଇଁଲାପାଲି ଓ ଡଙ୍ଗିଆବାହାଲ ଗ୍ରାମରେ ପୃଥକ୍ ପୃଥକ୍ ଭାବରେ ଚଢ଼ାଉ କରି ତିନି ମଦ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପୂର୍ବରୁ ବିଲମ୍ବିତ ରାତିରେ ହଠାତ୍ ବିଜେଡି ନେତା ଜୋନ୍ ନଂ ୧୫ର ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ଆସି ଛାଡ଼ି ଦିଅନ୍ତୁ କହି ଧମକ ଦେଇଥିଲେ । ତଥାପି ଅବକାରୀ ଅଧିକାରୀ ଶ୍ରୀ ଦାସ ଖାତିର ନକରି ସେମାନଙ୍କୁ କୋର୍ଟ ଚାଲାଣ କରି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହିପରି ଗତକାଳି ଭୋରରୁ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ଥାନା ବାଘଝରନ ଗାଁର ଯଦୁମଣି ବରିହାଙ୍କ ଘରେ ଚଢ଼ାଉ କରି ୨୦ ଲିଟର ରନ୍ଧା ମଦ ଜବତ କରିବା ସହ ବାଇକକୁ ଜବତ କରି ପାଟଣାଗଡ଼ ଅବକାରୀ ଷ୍ଟେସନକୁ ଆଣି ଅବକାରୀ କେସ୍‌ ନମ୍ବର ୭୩ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଅବକାରୀ ଅଧିକାରୀ ସତ୍ୟ ନାରାୟଣ ଦାସ ସୂଚନା ଦେଇଛନ୍ତି । ତାଙ୍କର ଏକ୍ସନ ମୋଡକୁ ବେଆଇନ ନିଶା କାରବାର କରୁଥିବା ମାଫିଆମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଥିବା ବେଳେ ପାଟଣାଗଡ଼ ଉପଖଣ୍ଡରେ ଅଧିକାରୀଙ୍କ ଏପରି ପଦକ୍ଷେପ ପାଇଁ ବେଆଇନ ନିଶା କାରବାର ବନ୍ଦ ହେବା ନେଇ ଆଶା ପ୍ରକଟ କରାଯାଉଛି ।

Leave A Reply

Your email address will not be published.