ଜିଲ୍ଲା ନୋଡାଲ ଟିମ୍‌ଙ୍କ ଅମୃତ ସରୋବର ପରିଦର୍ଶନ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ସଇଁତଲା ବ୍ଲକକୁ ବଲାଙ୍ଗିର ଜିଲ୍ଲା ନୋଡାଲ ଟିମ୍‌ ପରିଦର୍ଶନରେ ଆସି ଅମୃତ ସରୋବର କାର୍ଯ୍ୟର ତଦାରଖ କରିଥିଲେ । ଏଥିରେ ଜିଲ୍ଲା ମନରେଗା କୋଡିନେଟର ଅଶୋକ କୁମାର ସାହୁ ଓ ଜିଲ୍ଲା ଏନ୍‌ଆର୍‌ଏମ୍‌ କୋଡିନେଟର ପ୍ରୀତମ କୁମାର ପାଣିଗ୍ରାହୀ ପରିଦର୍ଶନରେ ଆସି ବ୍ଲକର କନ୍ଧକେଲଗାଁ ପଞ୍ଚାୟତର ବିରାଟକାନୀ, କେରମେଲି ପଞ୍ଚାୟତର ପାଇକସମରା, ସଇଁତଲାର ନୂଆଁବନ୍ଧ ଓ ବେଲଗାଁ ପଞ୍ଚାୟତକୁ ଯାଇ ତଦାରଖ କରିବା ସହ ବିଭିନ୍ନ କାର୍ଯ୍ୟ ଉପରେ ପଚାରି ବୁଝିଥିଲେ । ଏହି ସମୟରେ ବ୍ଲକ ସହକାରୀ ଯନ୍ତ୍ରୀ ସନ୍ତୋଷ ବେହେରା, ଏପିଓ ତନୁଜାବାସିନୀ ଦାସ, କନିଷ୍ଠ ଯନ୍ତ୍ରୀ ରୋଜାଲିନ ପରିଡା, ଏନ୍‌ଆର୍‌ଏମ୍‌ ଏକ୍ସପୋର୍ଟ ପ୍ରଶାନ୍ତ ବାରିକ ଓ ଶୁଭ୍ରାଂଶୁ କୁମାର ବେହେରା ଓ ସଇଁତଲା ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.