ବାଇକ୍ ଚୋରି ଉଦ୍ୟମ କରୁଥିବା ଚୋରକୁ କାବୁ କରି ପୋଲିସରେ ଜିମା ଦେଲେ ଗାଁ ଲୋକେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଚୋରମୁଣ୍ଡା ଗ୍ରାମ ନିକଟ ରେଳୱେ ଫାଟକ ପାଖରେ ବାପା ଓ ପୁଅଙ୍କୁ ମାରପିଟ କରି ହାତରୁ ବାଇକ ଛଡାଇ ଛୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ସମୟରେ ବାପ ପୁଅ ଚୋର ଚୋର ବୋଲି ଚିତ୍କାର କଲା ପରେ ଚୋରମୁଣ୍ଡା ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡି ଆସି ବାଇକ୍‌କୁ ଉଦ୍ଧାର କରିବା ସହ ଚୋରକୁ ଅଟକ ରଖି ଲାଠୋର ପୋଲିସକୁ ଖବର ଦେଇ ଚୋରକୁ ଗ୍ରାମବାସୀ ଜିମା ଦେଇଥିଲେ । ସୂଚନା ଅନୁସାରେ ବାପ ପୁଅ ସୋନପୁର ଜିଲ୍ଲା ବିନିକା ଅଞ୍ଚଳର ନୂଆପଡା ଜିଲ୍ଲା ପଟକରପାଲି ଗ୍ରାମର ତାଙ୍କ ସଂମ୍ପର୍କୀୟଙ୍କ ଘରକୁ ଆସିଥିଲେ । ହେଲେ ବାପ ପୁଅ କୌଣସି କାମ ପାଇଁ ଲାଠୋର ପଟକୁ ଯିବା ରାସ୍ତାରେ କୋମନା ଥାନା ଜଡଗଡ ପଞ୍ଚାୟତ ଗଡଗଡବାଲ ଗ୍ରାମର ରମାକାନ୍ତ ଖଇରା ରାସ୍ତାରେ ମତେ ବସେଇ ନିଅ କହିବାରୁ ବାଇକ ରେ ନେଇ ଆସିଥିଲେ । ହେଲେ ରାସ୍ତାରେ ଧମକ ଚମକ ଦେଇ ବାଇକ୍ ଲୁଟି ଫେରାର ହେବା ସମୟରେ ଚୋରମୁଣ୍ଡା ଗ୍ରାମବାସୀ ଲୁଟେରାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଲାଠୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ଲୁଟେରାକୁ ଥାନାକୁ ଆଣି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.