ବାଇକ ଓ ଟ୍ରକ୍‌କୁ ଧକ୍କା ଦେଲା କାର, ୩ ମୃତ

ଚେନ୍ନାଇ : ତାମିଲନାଡୁକ ଥାନୀରପାନ୍ଥଲ ଦେଇ ଯାଇଥିବା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏକ କାର୍- ବାଇକ ଓ ଟ୍ରକ୍ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି ।

ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଏକ ବାଇକରେ ଦୁଇ ଜଣ ପେରାମବାଲୁର ରାଜପଥ ଦେଇ କେଉଁ ଆଡେ ଯାଉଥିଲେ ।
ଏହି ସମୟରେ ଏକ କାର୍ ନିୟନ୍ତ୍ରଣ ହରାଇ ବାଇକକୁ ଧକ୍କା ଦେଇଥିଲା । ଏହାସହ କାରଟି ରାସ୍ତାରେ ଯାଉଥିବା ଏକ ଟ୍ରକକୁ ମଧ୍ୟ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜଣେ ପ୍ରାଣ ହରାଇଥିଲେ ।

ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ସି ପାର୍ବତୀ ନାଥନ, ସି ବସନ୍ତ ଏବଂ ବାଇକ ଚାଳକ କାଥିର । ଆହତ ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.