କାର ସହ ୪ ଛେଳି ଜବତ : ୨ ଗିରଫ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାରୁ ଗତକାଲି ୪ଟି ଛେଳି ଏକ କାର (ଓଡ଼ି -୦୫ ବିସି ୮୬୨୦)ରେ ଚୋରି କରି ନେଉଥିବା ବେଳେ ପୁଲିସ ତାର ପିଛା କରି ଆନନ୍ଦପୁର- ଯାଜପୁର ରୋଡ଼ ରାସ୍ତାର ହସନପୁର ଟୋଲ ଗେଟ ନିକଟରେ ଧରିଥିଲା । ଛେଳି ସହ ପୁଲିସ କାର ଜବତ କରିବା ସହ ଚୋର ଘସିପୁରା ବ୍ଲକ ଖଲଣା ଗ୍ରାମର ପ୍ରତାପ ରାଉତ(୨୬) ଓ କଟକ ସଦରର ନିର୍ମଳ ବେହେରା(୨୬)ଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଭଗାମୁଣ୍ଡାର ସୁକାନ୍ତ ସାହୁଙ୍କ ଢାବା ନିକଟରେ ଥିବା ୪ଟି ଛେଳିକୁ କାରରେ ଭର୍ତ୍ତି କରି ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଛେଳି ଚୋରି ହୋଇଥିବା ସମ୍ପର୍କରେ ଶ୍ରୀ ସାହୁ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ଥାନା ଅଧିକାରୀ ଦେବକୀ ନାଏକ,ଏସ୍‌ଆଇ ସୁରେଶ କୁମାର ମାଝି, ଏସ୍‌ଆଇ ଅଯୋଧ୍ୟା ମାଟିଆ ପ୍ରମୁଖ କାରକୁ ଗୋଡ଼ାଇ ହସନପୁର ଟୋଲ ଗେଟ ନିକଟରେ ଧରିଥିଲେ । ଏଏସ୍‌ଆଇ ସନ୍ତୋଷ କୁମାର ବେହେରା ୧୪୮/୨୨ରେ ଏକ ମାମଲା ରୁଜୁ କରି ଚୋର ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.