csstore

ମସିଣାଗୋରା ଶିଶୁ ମନ୍ଦିର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘଣ୍ଟାପଡା : ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ପରିବେଶ ସଚେତନତା ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକ ବଂଶୀଧର ମାଝୀ ଏହା କହିଛନ୍ତି । ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ସୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଘଣ୍ଟାପଡା ବନପାଳ ଚନ୍ଦ୍ରଶେଖର ଦାଶ ମୁଖ୍ୟ ଅତିଥି, ସାମ୍ବାଦିକ ବଂଶୀଧର ମାଝୀ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଂପାଦକ ଭକ୍ତ ସାହୁ ଯୋଗଦେଇ ପରିବେଶ ସୁରକ୍ଷା ବିଷୟରେ ମନ୍ତବ୍ୟ ରଖିଥିଲେ । ଗୁରୁମା ସନ୍ଧ୍ୟାରାଣୀ ମନହିର ପରିଚାଳନା କରିଥିଲେ । ଭକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଥିଲା । ଦିଲୀପ ରଣା, ସୁଶାନ୍ତ ମାଝୀ, ଝରଣା ପ୍ରଧାନ, ନମିତା ରଣା, ସାଇବନି ପାତ୍ର ପ୍ରମୁଖ ଗୁରୁଜି, ଗୁରୁମା ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.