ପେନସିଲ ସ୍କେଚ୍‌ରେ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ

ରାମଚନ୍ଦ୍ରପୁର : ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପେନସିଲ ସ୍କେଚ୍‌ ଆଙ୍କି ଅଭିନନ୍ଦନ ଜଣାଇଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁର ଚିତ୍ତରଂଜନ ପତି ଏବଂ କ୍ଷୀରାବ୍ଧିନନ୍ଦିନୀ ପତିଙ୍କ ଏକ ମାତ୍ର ଝିଅ ସୌମାଶ୍ରୀ ପତି(୧୬) । କାଗଜରେ ପେନସିଲ୍‌ ମୁନରେ ଆଙ୍କୁଥିବା ପ୍ରତ୍ୟେକ ଛବିକୁ ଦେଖିଲେ ତାଙ୍କ ପ୍ରତିଭା ସ୍ପଷ୍ଟ ବାରି ହୋଇ ପଡ଼େ । ବିନା କୌଣସି ତାଲିମରେ ସେ ଜଣେ ନିଖୁଣ ଚିତ୍ରକର ଭାବେ ପରିଣତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସଚିନ ତେନ୍ଦୁଲକର, ବିରାଟ କାହଲି, ମଦର ଟେରେସା, ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଅବିକଳ ଚିତ୍ର ଆଙ୍କି ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି । ଏତେ କମ୍ ବୟସରୁ ବିନା ଗୁରୁରେ ଏଭଳି ନିଖୁଣ ଚିତ୍ର କଳା ତାଙ୍କ ଲୁକ୍କାୟିତ ପ୍ରତିଭାର ପ୍ରମାଣ ଦେଇଛି । ସୌମାଶ୍ରୀ ଆଗକୁ ବଢ଼ିବା ପାଇଁ ନିଜ ଉଦ୍ୟମରେ ସୌମାଶ୍ରୀ ଆର୍ଟସ ନାମକ ଏକ ୟୁଟୁବ୍ ସାଇଡ ମଧ୍ୟ ଖୋଲି ନିଜ ହାତ ତିଆରି କଳାକୃତି ଅପଲୋଡ କରୁଛନ୍ତି । ସୌମାଶ୍ରୀ ସ୍ଥାନୀୟ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ରେକୁଟିରେ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢ଼ୁଛନ୍ତି ।

Leave A Reply

Your email address will not be published.