jsm

ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍‌ପିଏଫ୍ ପକ୍ଷରୁ ସଂଯୁକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଆରଚେରି ଖେଳ ପଡିଆର ସ୍ଥାନରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍ ଦ୍ୱାରା ଆୟୋଜିତ୍ ହୋଇଥିବା ସଂଯୁକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍‌ପିଏଫ୍ କମାଣ୍ଡେଣ୍ଟ ପବନ କୁମାର ତିୱାରୀ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଲକ୍ଷବିନ୍ଦର ସିଂ, ରମାକାନ୍ତ ଭୋଇ, ସଞ୍ଜୀବ ନାଏକ, ପବିତ୍ର ଦାସ ଉପସ୍ଥିତ ରହି ପରିବେଶ ପ୍ରତି ସଚେତନ ହୋଇ କିଭଳି ସବୁଜ ପରିବେଶ ସୃଷ୍ଟି ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବୃକ୍ଷ ରୋପଣ କରାଯାଇଛି । ସେହିପରି ପରିବେଶ ସୁରକ୍ଷା ଓ ବନୀକରଣ ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ପରେ ଆରଚେରି ଖେଳ ପଡିଆ ପରିସରରେ ଚାରା ରୋପଣ କରାଯାଇଥିଲା । ସଂଯୁକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖପ୍ରାଖୋଲ ନୋଡାଲ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.