jsm

ସୁମିତଙ୍କ ଜନ୍ମ ଦିନରେ ୪୪ ୟୁନିଟ ରକ୍ତ ସଂଗ୍ରହ କଲା ସଂକଳ୍ପ ପରିବାର

csstore

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲ୍ଲା ଗ୍ରାମରେ କୁନି ଶିଶୁ ସୁମିତଙ୍କ ଜନ୍ମ ଦିନ ଅବସରରେ ପ୍ରତ୍ୟକ ବର୍ଷ ପରି ଏବର୍ଷ ମଧ୍ୟ ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୁବନେତା ସୁବ୍ରତ ସିଂ ଏବଂ ସମ୍ମାନିତ ଅତିଥି ଭାବରେ ଭଟଲି ବ୍ଲକ ବିଜୁ ଜନତା ଦଳର ସଭାପତି ମଦନ ସାହୁ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ସୁମିତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ କରିଥିଲେ ଏବଂ ସଂକଳ୍ପ ପରିବାରର ରକ୍ତ ସଂଗ୍ରହ ପ୍ରୟାସକୁ ପ୍ରସଂଶା କରିଥିଲେ । ଆଜିର ରକ୍ତଦାନ ଶିବିରରେ ୬ ଜଣ ମହିଳା ରକ୍ତଦାତା ସମେତ ମୋଟ ୪୪ ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା । ତିନୋଟି ୱାର୍ଡ ବିଶିଷ୍ଠ ଏକ ଛୋଟିଆ ଗ୍ରାମରୁ ୪୪ ୟୁନିଟ ରକ୍ତ ସଂଗ୍ରହ ହେବା ନିଶ୍ଚିତ ଭାବରେ ରକ୍ତଦାନ ପ୍ରତି ଟୁକୁର୍ଲ୍ଲା ଗ୍ରାମବାସୀ ବେଶ ସଚେତନ ଥିବା ଜଣାପଡୁଛି । ଆଜିର ରକ୍ତଦାନ ଶିବିରକୁ ସଂକଳ୍ପ ପରିବାର ସଦସ୍ୟମାନେ ପରିଚାଳନା କରିଥିବା ବେଳେ ଟୁକୁର୍ଲ୍ଲା ଗ୍ରାମର ଗୋନ୍ତିଆ ସାନ୍ତନୁ ମେହେର ସମେତ ଗ୍ରାମବାସୀଙ୍କ ବିଶେଷ ସହଯୋଗ ରହିଥିଲା ।

yuvodaya
Leave A Reply

Your email address will not be published.