ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲଙ୍କ ଜାମିନ ଖାରଜ

କଟକ, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏଥି ସହିତ ଏହି ମାମଲାର ତ୍ଵରିତ ଶୁଣାଣି ପାଇଁ ନିମ୍ନ ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ମାମଲାରେ କେଉଁମାନେ ସାକ୍ଷ୍ୟ ଦେବେ, ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯିବା ସହ ତାଲିକାଭୁକ୍ତ ସାକ୍ଷୀମାନଙ୍କୁ କୋର୍ଟରେ ପହଞ୍ଚାଇବାକୁ ଆଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଫେବ୍ରୁଆରି ୨୩ରେ ପାଟଣାଗଡରେ ସଦ୍ୟ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ସୌମ୍ୟଶେଖରଙ୍କ ଜେଜେ ମା’ ଓ ସୌମ୍ୟଶେଖରଙ୍କ ମୃତ୍ୟୁ ଘଟିଥିଲା । ସୌମ୍ୟଙ୍କ ପତ୍ନୀ ରୀମାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟ ଓ ପରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.