ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନୂତନ ରାଷ୍ଟ୍ରପତିଙ୍କୁ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା । ଦେଶର ସର୍ବୋଚ୍ଚ ପଦବୀ ପାଇଁ ସେ ନିର୍ବାଚିତ ହେବା ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ପାଇଁ ବାସ୍ତବରେ ଗର୍ବର ମୁହୂର୍ତ୍ତ । ସାଧାରଣ ମହିଳାରୁ ସେ ଏବେ ଦେଶର ପ୍ରଥମ ନାଗରିକ । ତାଙ୍କର ଏହି ଯାତ୍ରା ପ୍ରକୃତରେ ପ୍ରେରଣାଦାୟୀ । ମହିଳା ସଶକ୍ତିକରଣର ଏହା ଏକ ଜ୍ୱଳନ୍ତ ଉଦାହରଣ । ଏକ ପରିପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.