jsm

ପାକିସ୍ତାନରେ ଔଷଧର ଅଭାବ, ଏବେ ବି ସ୍ଥିତି ବେହାଲ୍‌

csstore

ଇସ୍‌ଲାମାବାଦ : ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାରର ପତନ ଏବଂ ଶାହବାଜ ସରିଫଙ୍କ ଶାସନ ପ୍ରାପ୍ତ ପରେ ମଧ୍ୟ ଦେଶର ସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ । ଦୈନନ୍ଦିନ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ପରେ ଦେଶର ଅନେକ ସହରରେ ଔଷଧର ଅଭାବ ଦେଖାଦେଇଛି । ଯେଉଁଥିପାଇଁ ଦେଶରେ ଆତ୍ମହତ୍ୟା ହାର ବୃଦ୍ଧି ହେବାର ଭୟ ସୃଷ୍ଟି ହେଉଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ସହରାଞ୍ଚଳ ବଜାରରେ ଯେଉଁ ଔଷଧ ପାଇଁ ଲୋକେ ଅଧିକ ସଂଘର୍ଷ କରୁଛନ୍ତି, ତାହା ହେଉଛି ଲିଥିୟମ୍ କାର୍ବୋନାଟ୍, ଯାହା ମାନସିକ ବିକୃତି ଏବଂ ଆନୁସଙ୍ଗିକ ରୋଗରେ ସବୁଠାରୁ ପ୍ରଭାବଶାଳୀ ଔଷଧ ।

ପାକିସ୍ତାନ ଗଣମାଧ୍ୟମ ଦି ନ୍ୟୁଜ୍ ଅନୁଯାୟୀ, ଜଣାଶୁଣା ମନସ୍ତତ୍ତ୍ୱବିତ୍ ତଥା ପାକିସ୍ତାନ ସାଇକିଆଟ୍ରିକ୍ ସୋସାଇଟି (ପିପିଏସ୍)ର ପୂର୍ବତନ ସଭାପତି ଏହି ଚିକିତ୍ସା ପାଇଁ ସବୁଠାରୁ ପ୍ରଭାବଶାଳୀ ଔଷଧ ଭାବରେ କାର୍ଯ୍ୟ କରୁଥିବା ସୂତ୍ର ବିଷୟରେ କହିଛନ୍ତି, ଗତ କିଛି ମାସ ହେବ ଲିଥିୟମ୍ କାର୍ବୋନାଟ୍ ଭଳି କୌଣସି ବି ବ୍ରାଣ୍ଡ ବଜାରରେ ଉପଲବ୍ଧ ହେଉନାହିଁ । ମାନସିକ ବିକୃତି ଏବଂ ଏହା ସହିତ ଜଡିତ ରୋଗରେ ଏହି ଔଷଧ ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।

yuvodaya
Leave A Reply

Your email address will not be published.