ନିଜକୁ ଏସ୍‌ପିଙ୍କ ପିଏସ୍‌ଓ ବୋଲି ପରିଚୟ ଦେଇ ଧମକ ଚମକ ଏବଂ ଦାଦାବଟି ଅସୁଲି କରୁଥିବା ଅଭିଯୋଗରେ ଜଣେ ଗିରଫ

ବରଗଡ଼, (ନିରୋଜ କୁମାର ପାଣୀ) : ନିଜକୁ ଏସ୍‌ପିଙ୍କ ପିଏସ୍‌ଓ ବୋଲି ପରିଚୟ ଦେଇ ଧମକ ଚମକ ଏବଂ ଦାଦାବଟି ଅସୁଲି କରୁଥିବା ଅଭିଯୋଗରେ ଟାଉନ୍ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଭିଏସ୍‌ଏସ୍‌ ନଗରର ସୌମ୍ୟରଂଜନ ଦାସ ଓରଫ ବବି । ତାଙ୍କ ପାଖରୁ ଏକ ନକଲି ଲାଇଟର ପିସ୍ତଲ ଏବଂ ଲୁହାରଡ଼ ଜବତ ହୋଇଛି । ଅଭିଯୁକ୍ତ ନାଁରେ ପୂର୍ବରୁ ବରଗଡ଼ ଟାଉନ୍‌ ଥାନାରେ ଏକାଧିକ ମାମଲା ରହିଛି । ପୁଲିସ୍‌ ସୂଚନାନୁସାରେ ସୌମ୍ୟରଂଜନ ଗତ ୧୬ ତାରିଖ ଗୁରୁଦ୍ୱାର ଛକ ନିକଟସ୍ଥ ମାହେଶ୍ୱରୀ ହୋଟେଲଠାରେ ପହଂଚିଥିଲେ । ସେଠାରେ ନକଲି ପିସ୍ତଲ ଦେଖାଇ ଲୋକଙ୍କୁ ଧମକ ଚମକ ଦେଇ ଦାଦାବଟି ଅସୁଲି କରୁଥିଲେ । ଏହା ପୂର୍ବରୁ କେନାଲ କଲୋନୀ ଛକଠାରେ ଅନ୍ୟ ୬ ଜଣ ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ସେ ଜାତୀୟ ରାଜପଥରେ ଯାଉଥିବା ଭାରିଯାନକୁ ଅଟକାଇ ଡକାୟତି ପାଇଁ ଯୋଜନା କରୁଥିଲା । ପୁଲିସ୍‌ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ୫ ଜଣ ଦୁର୍ବୃତ୍ତ ଫେରାର ମାରିଥିଲେ । ସେଥିରେ ସୌମ୍ୟରଂଜନ ବି ସାମିଲ ଥିଲା । ଟାଉନ୍ ପୁଲିସ୍‌ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.