ସର୍ପାଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଗବୁଡ଼ି ମର୍ଦ୍ଧରାଜପୁର ବାସିନ୍ଦା ତଥା ଅବସରରପ୍ରାପ୍ତ ମୁଖ୍ୟ କିରାଣି ଶଶୀଭୂଷଣ ପଲାଇ(୭୫)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଶଶୀଭୁଷଣ ବିଲରେ ଚାଷ କାମ ଦେଖିବାକୁ ଯାଇଥିବା ବେଳେ ଏକ ସାପ କାମୁଡ଼ି ଦେଇଥିଲା । ପ୍ରଥମେ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସ୍ୱର୍ଗତ ପଲେଇ ଜଣେ ମିଷ୍ଟଭାଷୀ ଓ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରେ ଗ୍ରାମ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୁଅ ଇଂ.ନିରଜ କୁମାର ପଲେଇ, ବୁଲୁ ପଲେଇ, ଜ୍ୱାଇଁ ଅଧ୍ୟାପକ ବିଷ୍ଣୁ ବାବୁ, ଭାଇ ବାନାମ୍ବର ପଲେଇଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.