pr

ପାଟଣାଗଡ଼ରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ ସହ ନୂତନ ବିଭାଗରେ ସମ୍ପାଦକ ନିର୍ବାଚିତ

dr. purohit

ପାଟଣାଗଡ଼, (ଗୋରେଖନାଥ ବରିହା) : ଟିଟିଲାଗଡ଼ ଡିଭିଜନ ଶାଖା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ ପାଟଣାଗଡ଼ ଗଡଭିତର ସ୍ଥିତ ପାଟଣେଶ୍ଵରୀ ଉତ୍ସବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ସଭାପତି ଲଲିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ନିର୍ବାଚନି ଅଧିବେଶନରେ ସଂପାଦକ ପ୍ରଣୟ ନାଏକ, ଉପସଭାପତି ଗଜେନ୍ଦ୍ର ଖୁଣ୍ଟିଆ, ଜୋନାଲ ସଂପାଦକ ରଞ୍ଜିତ କୁମାର ଲେଙ୍କା ,ସମ୍ବିତ ପଣ୍ଡା, ସୁଶିଲ କୁମାର ଦାଶ, ଅମିୟ ପଟ୍ଟନାୟକ, ରାମକୁମାର ସା, ଗଣପତି ଭୋଇ, ଉଦ୍ଧବ କରଣ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ସଂଘର ସଭାପତି ଶ୍ରୀ ପଟ୍ଟନାୟକ ସଂଘରେ ନୂତନ ଭାବେ ଯେଉଁ କର୍ମଚାରୀମାନେ ସାମିଲ ହୋଇଥିଲେ ସେମାନଙ୍କୁ ସ୍ୱାଗତ କରିବା ସହ ସଂଘର ବିଭିନ୍ନ ଦିଗ ଉପରେ ତଥା ଏକତା, ସମସ୍ୟାର ସାମାଧାନ ସଂଘ ମାଧ୍ୟମରେ ଦୃଢତା ସହ ହାସଲ କରିବା ଆଉଟସୋର୍ସ କର୍ମଚାରୀଙ୍କୁ ଇନସୋର୍ସ କରିବା ନେଇ ଆଲୋକପାତ କରିଥିଲେ । ନିଜର ସୁରକ୍ଷାକୁ ଜାଣି କାର୍ଯ୍ୟ କରିବା ନେଇ ନୂତନ ଭାବେ ଯୋଗ ଦେଇଥିବା କର୍ମଚାରୀକୁ ସଂପାଦକ ପ୍ରଣବ ନାଏକ ସବିଶେଷ ଭାବରେ ବୁଝାଇଥିଲେ । ପରେ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ଏକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପବିତ୍ର ଖୁଣ୍ଟିଆ ନିର୍ବାଚନ ପରିଚାଳନା କରିଥିଲେ । ନିର୍ବାଚନରେ ଟିଟିଲାଗଡ ଡିଭିଜନ ନୂତନ ସଂପାଦକ ଭାବେ ସରୋଜ କୁମାର ସାହୁ, ପାଟଣାଗଡ ସହ ସଂପାଦକ ସିଲନ ମିଶ୍ର, କଣ୍ଟାବାଞ୍ଜି ସହ ସଂପାଦକ ସୁରେଶ ସିଂ, ଟିଟିଲାଗଡ ସହ ସଂପାଦକ ଦ୍ଵିଜେନ୍ଦ୍ର ସାହୁ, ସଇଁତଲା ସହ ସଂପାଦକ କୌଲାଶ ବିଶ୍ଵାଳ ପ୍ରମୁଖ ନିର୍ବାଚିତ ହୋଇଥିଲେ । ପାଟଣାଗଡ଼ର କର୍ମକତ୍ତା ବେଣୁ କୁମୁରା, ଦେବପ୍ରସାଦ ମହାନ୍ତି, ସିଲନ ମିଶ୍ର, ବ୍ରଜ କିଶୋର ତ୍ରିପାଠୀ, ସଞ୍ଜନର ମହାଲିଙ୍ଗ, ପ୍ରଦୀପ ଭୋଇ, ଠଣସୁନ୍ଦର ସାହୁ, ପର୍ଶୁରାମ ବରିହା ପ୍ରମୁଖ ସଭା ଆୟୋଜନ କରିବା ସହ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଏଥିରେ ୫ରୁ ଅଧିକ ବିଦ୍ୟୁତ କର୍ମଚାରୀ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.