ଗଛରେ ପିଟି ହେଲା ବାଇକ୍ : ୧ ମୃତ, ୧ ଗୁରୁତର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ମୁରିବାହାଲରୁ ହଳଦୀ ଯାଉଥିବା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଲେଟରେ ଦୁଇ ଜଣ ଯାଉଥିବା ବେଳେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବାଇକ ଆରୋହୀ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଚନାବାହାଲ ଗାଁର ରିଙ୍କୁ ପାତ୍ର ଏବଂ ଗୁରୁତର ଜଣଙ୍କ ସେହି ଗାଁର ଜ୍ୟୋତି କ୍ଷେତି ବୋଲି ଜଣାପଡିଛି । ଘଟଣାର ଖବର ପାଇ ମୁରିବାହାଲ ପୋଲିସ ଏବଂ ଦମକଳଗାଡି ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମୁରିବାହାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ କଣ୍ଟାବାଞ୍ଜି ଡାକ୍ତରଖାନା ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.