ସର୍ପାଘାତରେ ନାବାଳିକା ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କଗାଁରେ ସର୍ପାଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନାବାଳିକା ଜଣକ କଗାଁର ଶ୍ରାବଣୀ ଧରୁଆ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶ୍ରାବଣୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା । ସେ ଚିତ୍କାର କରିବାରୁ ପରିବାର ଲୋକେ ସାଙ୍ଗେ ସାଙ୍ଗେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲୁଥିବା ସମୟରେ ଶ୍ରାବଣୀଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.